ଅପରାଧଓଡିଶା

ଗୌତମ ଆଦାନୀଙ୍କୁ ବଡ ଝଟକା

ନୂଆଦିଲ୍ଲୀ; ଗୌତମ ଆଦାନୀଙ୍କୁ ବଡ ଝଟକା । ତାଙ୍କ ନାଁରେ ଆସିଛି ଆରେଷ୍ଟ ୱାରେଣ୍ଟ । ଏହାକୁ ଜାରି କରିଛନ୍ତି ଆମେରିକା କୋର୍ଟ । ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆମେରିକା ଆଣିଛି ଅଭିଯୋଗ । ଆମେରିକାରେ ସୋଲାର କ ଣ୍ଟ୍ରାକ୍ଟ ହାସଲ ପାଇଁ ଦେଇଥିଲେ ୨ ହଜାର କୋଟି ଲାଞ୍ଚ । ଆଦାନୀଙ୍କ ସମେତ ୮ଜଣ କୋଟି କୋଟି ଟଙ୍କା ଠକେଇରେ ସାମିଲ ଅଛନ୍ତି । ଯେଉଁଥିପାଇଁ ଆରେଷ୍ଟ ୱାରେଣ୍ଟି ଆଣିଛନ୍ତି ଆମେରିକା କୋର୍ଟ । ଆମେରିକା ଅଭିଯୋଗ କରିଛି ଯେ, ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଲାଞ୍ଚ ଦେଇ ଠକିଛନ୍ତି । କ ଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ନା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ଏହି ସମଗ୍ର ବିଷୟ ଆଦାନୀ ଗ୍ରୁପ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଓ ଅନ୍ୟ ଏକ ସଂସ୍ତା ସହିତ ଜଡିତ ରହିଛି । ରିପୋର୍ଟ ଉଲ୍ଲେଖ ରହିଛି ଯେ, ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଏବଂ ଭାରତର ସର୍ବବୃହତ ସୋଲାର ପ୍ୟାନେଲ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୨୬୫ ନିୟୁତ ଡଲାର ଲାଞ୍ଚ ଦେବା ପାଇଁ ପ୍ରତୁଶ୍ରୁତି ଦେଇଥିଲେ । ତେବେ ଗୌତମ ଆଦାନୀ ଓ ସାଗରଙ୍କ ବିରୋଧରେ ଆମେରିକା କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି ।

Related posts

ହୀରାକୁଦରେ ଜଳସ୍ତର ୬୦୩ ଫୁଟ ପାର,ଛତିଶଗଡ଼ ଖୋଲିଦେଲା ସବୁ ଗେଟ  

mahabharatanews

ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

mahabharatanews

ଜଳ ନିକାଶ ପ୍ରତିଷ୍ଠାନରେ ପ୍ରାଚୀର ପତ୍ର “ଅଳକା”ର ଶୁଭ ଉନ୍ମୋଚନ…

mahabharatanews