ପାଟନା: ରାସ୍ତାରେ ମୋଜା ବିକି ଚଳୁଥିବା ସାଧାରଣ ଗରିବ ବ୍ୟକ୍ତିଙ୍କ ପୁଅ ଆଜି ଏକ ସପ୍ଟୱେର କମ୍ପାନୀର ବଡ ପଦରେ ଥିବା ଅଧିକାରୀ ଲବ କୁମାର । ପାଟନା ସହରରେ ତୋଳିଛନ୍ତି ଏକ ବର୍ଣାଢ୍ୟ ବଙ୍ଗଳା, ଯେଉଁ ବଙ୍ଗଳା ଦେଖି ଘଡିଏ ଠିଆହୋଇ ଯାଆନ୍ତି ଲୋକେ ।
ବିହାରରେ ଲବଙ୍କ ଜନ୍ମ । ଲବଙ୍କ ବାପା ରାଜେନ୍ଦ୍ର ଚୌଧୁରୀ ଏକ ସରକାରୀ କାର୍ଯ୍ୟାଳୟରେ ଅସ୍ଥାୟୀ ରୂପେ କାମ କରୁଥିବା ବେଳେ ଚାକିରିରୁ ବହିସ୍କୃତ ହୋଇଥିଲେ । ଏହାପରେ ରାସ୍ତା କଡରେ ବସି ୧୦ ଟଙ୍କାରେ ମୋଜା ବିକ୍ରିକରି ପରିବାର ପ୍ରତିପୋଷଣ କରୁଥିଲେ ରାଜେନ୍ଦ୍ର । ରାସ୍ତାରେ ସକାଳୁ ସଂଧ୍ୟାଯାଏ ବସି ମୋଜା ନିଅ ମୋଜା ବୋଲି ଚିକ୍ରାର କରୁଥିଲେ । ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳାଇବା ସହ ପକ୍ଷାଘାତ ରୋଗୀ ସ୍ତ୍ରୀ ବିଣାଦେବୀଙ୍କ ଚିକିତ୍ସା କରନ୍ତି । ସଂଧ୍ୟାରେ ଥକିହାରି ଘରକୁ ଫେରି ରୋଷେଇ ମଧ୍ୟ କରନ୍ତି । ଯାହା ଅଳ୍ପ କିଛି ଜମିବାଡି ଥିଲା ସେ ସବୁ ପତ୍ନୀଙ୍କ ଚିକିତ୍ସାରେ ବିକି ଦେଇଥିଲେ । ଦାରିଦ୍ର୍ୟର କଷାଘାତରେ ଲବଙ୍କ ପରିବାର ଛଟପଟ ହେଉଥିଲା । କିନ୍ତୁ ଲବଙ୍କ ସ୍ୱପ୍ନ ସେ ଇଂଜିନିୟର ହେବେ । ପୁଅର ସ୍ୱପ୍ନ ସାକାର କରିବାକୁ ରାଜେନ୍ଦ୍ର ପୁଅ ପାଇଁ ସ୍କୁଲ ଯିବାକୁ ଏକ ପୁରୁଣା ସାଇକେଲ ବହୁ କଷ୍ଟରେ ଯୋଗାଡ କରିଥିଲେ । ୨୦୦୪ରେ ଲବ ମାଟ୍ରିକ ପାଶ କଲେ । ଏହାପରେ ସେ ସୁପର ୩୦ରେ ଯୋଗଦେଲେ । କଠିନ ପରିଶ୍ରମ କରୁଥିଲେ । ସବୁ ସମୟ ପାଠ ପଢାରେ ବିତାଉଥିଲେ । ୨୦୦୬ରେ ଭଲ ର୍ୟ।।ଙ୍କରେ ଇଂଜିନିୟରିଂ ପଢା ଶେଷ କରିଥିଲେ । ଏହି ପାଠ ପଢା ସମୟରେ ବିହାର ମୁଖ୍ୟମନ୍ତ୍ରୀ ସୁପର ୩୦ ଅନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଲବଙ୍କୁ ସମ୍ମାନିତ କରିଥବଲେ । ଏହା ପରେ ଇଣ୍ଟେଲ କମ୍ପାନୀରେ ଚାକିରି କଲେ । ଏବେ ସେ ମାଇକ୍ରୋସପ୍ଟ କମ୍ପାନୀରେ ଜଣେ ଉଚ୍ଚ ବେତନଭୋଗୀ ଅଧିକାରୀ । ଦାରିଦ୍ର୍ୟର କଷାଭିତରେ କିନ୍ତୁ ଲବଙ୍କ ଆଖିରେ ଥିଲା ବଡ ହେବାର ସ୍ୱପ୍ନ । ସେହି ସ୍ୱପ୍ନ ସାକାର କରିବାକୁ ସେ ସର୍ବଦା ଚେଷ୍ଟିତ ଥିଲେ, ଯାହା ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇଛି ।
previous post
next post