Uncategorized

କେନ୍ଦ୍ର ନିର୍ଦ୍ଦେଶକୁ କେଜରିୱାଲଙ୍କ ଅମାନ୍ୟ

ନୂଆଦିଲ୍ଲୀ: କେତେକ ଦୋକାନ ଖୋଲିବା ପାଇଁ ଗୃହ ବ୍ୟାପାର ମନ୍ତ୍ରାଳୟର ଦେଇଥିବା ଆଦେଶକୁ ଦିଲ୍ଲୀ ସରକାର ଲାଗୁ କରୁ ନାହାନ୍ତି। ଦିଲ୍ଲୀରେ ସ୍ଥିତି ଗମ୍ଭୀର ଥିବାରୁ କେନ୍ଦ୍ର ଆଦେଶ ଲାଗୁ କରାଯାଇନାହିଁ । ଏପ୍ରିଲ୍ ୨୭ ତାରିଖ ଦିନ ଏକ ସାମଗ୍ରିକ ସମୀକ୍ଷା ପରେ ଯାହା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଦିଲ୍ଲୀ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦିଲ୍ଲୀରେ ଲକ୍‌ଡାଉନ୍ କୋହଳ କରାଯିବା ପୂର୍ବରୁ ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ଶୀର୍ଷସ୍ତରୀୟ କମିଟି ପରିସ୍ଥିତିର ସମୀକ୍ଷା କରିବ ବୋଲି ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି ।

ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ୫୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀ ୨୫୧୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୨୮ ଜଣଙ୍କ ଆକ୍ରାନ୍ତ ହୋଇଛନ୍ତି । ଏହା ବାଦ ନିଜାମୁଦିନ ଲିଙ୍କକୁ ନେଇ ଆଉ କିଛି ତବଲିଗି ଜମାତଙ୍କ ଦ୍ୱାରା ସଂକ୍ରମିତ ଲୁଚି ରହିଥିବା ମଧ୍ୟ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରତିଷେଧମୂଳକ ପଦକ୍ଷେପରେ କୋହଳ ଆଣିବାକୁ ପଛଘୁଞ୍ଚା ଦେଉଛି ।

ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତ୍ରୀରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସସର୍ତ୍ତ କେତେକ ସ୍ଥାନୀୟ ‌ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ସର୍ତ୍ତ ଥିଲା ଦୋକାନର କର୍ମଚାରୀ ସଂଖ୍ୟା ୫୦% କମ୍ ରହିବ। ସମସ୍ତେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତ୍ୱ ବଜାୟ ରଖିବେ ।

Related posts

ଇଟାଲୀରେ କୋରୋନା ମୃତକଙ୍କ ସଂଖ୍ୟା ୬୦୦ ଟପିଲା

mahabharatanews

ପନିପରିବା ଚୋପାରୁ କାଗଜ

mahabharatanews

ମୋଦିଙ୍କ ସିଏଏ ସମର୍ଥନ ଅଭିଯାନକୁ ବିରୋଧ

mahabharatanews