ପୁରୀ: ରତ୍ନ ଭଣ୍ଡାର ନଖୋଲିବାକୁ ଯୋଜନା ହୋଇଛି । ଏଭଳି କିଛି କହି ବର୍ଷିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ଅନେକ ଥର ପ୍ରଶ୍ନ ଉଠାଇଥିଲେ ସୁଦର୍ଶନ , ରତ୍ନଭଣ୍ଡାର ଖୋଲିବା କାର୍ଯ୍ର ତ୍ୱାରାନିତ କରିବା ବଦଳରେ ମିଳିଛି ଖାଲି ଆଶ୍ୱାସନା । ଏପର୍ଯ୍ୟନ୍ତ ରତ୍ନଭଣ୍ଡାର ପ୍ରସଙ୍ଗରେ କୌଣସି ନିଷ୍କର୍ସ ବାହାରିନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ସୁଦର୍ଶର୍ନ ପଟ୍ଟନାୟକ ବଡ଼ ଅଭିଯୋଗ କରିଛନ୍ତି । କହିଛନ୍ତି ରତ୍ନ ଭଣ୍ଡାର ନଖୋଲିବାକୁ ପୂର୍ବରୁ ଯୋଜନା ହୋଇଛି । ବାରମ୍ବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଏଡ଼ାଇ ଦିଆଯିବା ପରେ ଏପରି ହୋଇଥିବା ସେ ସନ୍ଦେହ କରୁଛନ୍ତି ବୋଲି କହିଛନ୍ତି । ନୂଆ ସରକାର ଆସୁ ଆସୁ ଚାରି ଦ୍ୱାର ଖୋଲିବା ନିଷ୍ପତି ନେଲେ । ରତ୍ନ ଭଣ୍ଡାର ଖୋଲିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି । ହେଲେ ଏସବୁ ଘଟଣା ଉପରେ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ କୌଁଣସି ଆଲୋଚନା ହୋଇନାହିଁ । ସରକାରଙ୍କୁ ଏ ଦିଗରେ ସହଯୋଗ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପରିଚାଳନା କମିଟି ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସୁଦର୍ଶନ ।
previous post
next post
