ଓଡିଶା

ବାଲୁକାକଳାରେ ସୁଦର୍ଶନଙ୍କ ବାର୍ତା

(ଜୟନ୍ତ କୁମାର ସେଠୀ, ଗୋପ): ବିଶ୍ବ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଏଣୁ ପ୍ରତେକ ଲୋକ ଘରୁ ବାହାରକୁ ଯିବା ବେଳେ ମାସ୍କ ପିନ୍ଧିବା ଜରୁରୀ ବୋଲୀ ସରକାର ଲୋକ ଙ୍କୁ କହିଛନ୍ତି। ତେବେ ଏହି ପ୍ରସଙ୍ଗ ରେ ଲୋକ ଙ୍କୁ ସଚେତନତା ବାର୍ତା ପହଞ୍ଚାଇବା ପାଇଁ ଉଦ୍ୟମ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏ ନେଇ ଏକ ସୁନ୍ଦର ବଲୁକା କଳା ଟିଏ କରିଛନ୍ତି। ଯେଉଁ ଥିରେକି ଦୁଇ ଜଣ ପୁରୁଷ ଓ ମହିଳା ମାସ୍କ ପିନ୍ଧି ଥିବାର ପ୍ରତିକୃତି ରହିଛି। ଅନ୍ୟପଟେ ବର୍ତ୍ତମାନ ମାସ୍କ ର ଚାହିଦା ବଢି ଯାଇ ଥିବା ରୁ ବଜାର ରେ ମାସ୍କ ଅଭାବ କୁ କୀଭଳି ଦୂର କରାଯାଇ ପାରିବ ସେ ନେଇ ଏକ ଭିଡିଓ ବାର୍ତା ମଧ୍ୟ ସୁଦର୍ଶନ ଦେଇ ଛନ୍ତି। ସମସ୍ତେ ଘରେ ଥୁବା ରୁମାଲ ସାହାଯ୍ୟ ରେ ଅତି ସହଜରେ କମ ଖର୍ଚ୍ଚରେ ଦୁଇଟି ରବର ବ୍ୟାଣ୍ଡ ଲଗାଇ କୀଭଳି ମାସ୍କ କରି ହେବ ସେ ନେଇ ଉକ୍ତ ଭିଡିଓ ରେ ସୁଦର୍ଶନ ନିଜେ ମାସ୍କ ତିଆରି କରି ଲୋକ ଙ୍କୁ ସଚେତନ କରାଇ ଛନ୍ତି। ସେହିପରି ଲକ ଡାଉନ ଘରୁ ନ ବାହାରିବା ଏବଂ ସୋସିଆଲ ଦିଷ୍ଟେନ୍ସ ପାଳନ କରିବାକୁ ସୁଦର୍ଶନ ଲୋକ ଙ୍କୁ ଅନୁରୋଧ କରିଛନ୍ତି।
ତେବେ ବେଳାଭୂମି କରିଥିବା ଏହି ବାଲୁକାକଳା ରେ ତାଙ୍କର ବାର୍ତା ରହିଛି let’s make our own mask, join the mask india movement.

Related posts

ପୁରୁଣା  ହତ୍ୟା ଏବଂ ଡକାୟତି ମାମଲାରୁ ଉଠିବ ପରଦା: ଡିସିପି

mahabharatanews

ଆସନ୍ତା ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର

mahabharatanews

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ ତ୍ରିପାଠୀ ଭେଟି ଆଲୋଚନା କରିଛନ୍ତି

mahabharatanews