ଓଡିଶା

ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର 

(କଟକ) : ଗୁରୁତର ଆହତ ହୋଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ । ଟାଙ୍ଗୀ ଥାନା ମଙ୍ଗୁଳି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେସୁଧାକର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସହିତ ଥିବା ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନାନୁଯାୟୀ , ନିର୍ଦ୍ଦେଶକ ଶ୍ରୀ ବସନ୍ତ ନିଜ ସହ-ନିର୍ଦ୍ଦେଶକ ରଘୁନାଥଙ୍କ ସହ ଏକ କାର୍‌ରେ ବାରିପଦାରୁ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ବର ଆସୁଥିଲେ। ସୁଧାକରଙ୍କୁ ମିଶାଇ କାର୍‌ ଭିତରେ ମୋଟ ୩ଜଣ ଥିଲେ। ମଙ୍ଗୁଳି ଛକ ନିକଟରେ ଥିବା ବଜରଙ୍ଗୀ ୱେ-ବ୍ରିଜ୍ ପାଖରେ ପୂର୍ବରୁ ଅଟକିଥିବା ଏକ ଟ୍ରକ୍‌କୁ ତାଙ୍କ କାର ପଛପଟୁ ଧକ୍କା ଦେଇଥିଲା। ତାଙ୍କ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର୍‌ ହୋଇଯାଇଛି। ସ୍ଥାନୀୟ ଲୋକେ ଟାଙ୍ଗୀ ଥାନାକୁ ଜଣାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ଚୌଦ୍ବାର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା। ଦୁର୍ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ କଟର୍‌ ସାହାଯ୍ୟରେ ଗାଡ଼ିଟିକୁ କାଟି ଆହତ ଡ୍ରାଇଭର୍‌ଙ୍କ ସହ ୨ଜଣଙ୍କୁ ଉଦ୍ଧାର କରିବା ପରେ ପିସିଆର୍‌ ଭ୍ୟାନ୍ ଯୋଗେ ସେମାନଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା।

Related posts

୮୦ଟି ପରୀକ୍ଷା କେନ୍ଦ୍ରରେ ଚାଲିଛି ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews

କମିଲା ସୁନା ଓ ରୁପା ଦର

mahabharatanews

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ: ଖଣି ମନ୍ତ୍ରୀ

mahabharatanews

Leave a Comment