ମନୋରଞ୍ଜନ

ମା ହେବାକୁ ଯାଉଛନ୍ତି ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର

(ମୁମ୍ବାଇ) :  ମା ହେବାକୁ ଯାଉଛନ୍ତି ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର। ଅଭିନେତ୍ରୀ ଏକ ସୁନ୍ଦର ଫଟୋ ସେୟାର କରି ଗର୍ଭବତୀ ଥିବା ନେଇ ଘୋଷଣା କରିଛନ୍ତି। ଏହି ଫଟୋଗୁଡ଼ିକରେ ସୁଗନ୍ଧାଙ୍କ ସହ ତାଙ୍କ ସ୍ୱାମୀ ସଂକେତ ଭୋସଲେ ମଧ୍ୟ ନଜର ଆସିଥିଲେ। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ସମୁଦ୍ର କୂଳରେ ବେବିବମ୍ପ ଦେଖାଉଥିବାର ନଜର ଆସିଛନ୍ତି ।

ସୂଚନାନୁଯାୟୀ , ଉଭୟ ସୁଗନ୍ଧା ଏବଂ ସଂକେତ ଭୋସଲେ ଏହି ପୋଷ୍ଟରେ ଲେଖିଛନ୍ତି, ‘ଆମର ନୂତନ ସଦସ୍ୟଙ୍କୁ ଭେଟିବାକୁ ଅପେକ୍ଷା କରିପାରିବେ ନାହିଁ, ଦୟାକରି ଆପଣଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ରଖନ୍ତୁ ।’ ଏହି ଫଟୋଗୁଡ଼ିକରେ ସୁଗନ୍ଧାଙ୍କୁ ଏକ ମାରୁନ ରଙ୍ଗର ଗାଉନରେ ଦେଖିବାକୁ ମିଳିଥିଲା ।

Related posts

ହାତକୁ ଦି ହାତ ହେଲେ କ୍ୟାପଟେନ୍ ଅଭିନେତା କ୍ରିସ୍ ଇଭାନ୍ସ

mahabharatanews

ଅସ୍ତ୍ରୋପଚାର ପରେ ଭାରତ ଫେରିଲେ କିଙ୍ଗ ଖାନ 

mahabharatanews

 ବିବାଦରେ ‘ଦ କେରଳ ଷ୍ଟୋରି’: କଟିଲା ଏହି ଦୃଶ୍ୟ

mahabharatanews