ମନୋରଞ୍ଜନ

ମୋଦୀଙ୍କ ନୂଆ ଗରବା ଗୀତ ‘ମାଡୀ’

(ଦିଲ୍ଲୀ)  : ନବରାତ୍ରିର ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ନୂଆ ଗରବା ଗୀତ ‘ମାଡୀ’ ଉନ୍ମୋଚନ ହୋଇଛି । ପ୍ରଧାନମନ୍ତ୍ରୀ ସ୍ବୟଂ ଏହି ଗୀତଟି ଲେଖିଥିବା ବେଳେ ଏହାକୁ ଗାଇଛନ୍ତି ଦିବ୍ୟ କୁମାର ଏବଂ ସ୍ବରସଂଯୋଜନା କରିଛନ୍ତି ମୀତ୍‌ ବ୍ରୋସ୍। ଉଭୟ ୟୁଟ୍ୟୁବ୍ ଓ ଏକ୍ସରେ ପ୍ରଧାନମନ୍ତ୍ରୀ ଏହି ଭିଡିଓଟିକୁ ସେୟାର କରିଛନ୍ତି।

ଭିଡିଓଟି ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ନବରାତ୍ରିର ପାବନ ଅବସରରେ ଏହି ଗରବା ଗୀତଟି ସେୟାର କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଗୀତଟି ମୁଁ ଗତ ସପ୍ତାହରେ ଲେଖିଥିଲି। ପାର୍ବଣର ସୁରଝଙ୍କାର ସମସ୍ତଙ୍କୁ ଆମୋଦିତ କରୁ  ଏହି ଗୀତଟିକୁ ସ୍ବର ଦେଇଥିବା ଓ ଗାଇଥିବା ମୀଥ୍‌ ବ୍ରୋସ୍ ଓ ଦିବ୍ୟ କୁମାରଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ୪ ମିନିଟ୍ ଓ ୪୦ ସେକେଣ୍ଡର ଗୀତଟି ଗୁଜରାଟୀ ଭାଷାରେ ଲେଖାଯାଇଛି। ପୃଷ୍ଠଭୂମିରେ ବ‌ଡୋଦରାଠାରେ ଅବସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବାକୁ ମିଳୁଛି, ଯାହା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଉତ୍ସର୍ଗୀକୃତ। ‘ମାଡୀ’ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି- ବହୁବର୍ଷ ହେଲା ମୁଁ କିଛି ଲେଖାଲେଖି କରି ନାହିଁ। କିନ୍ତୁ କିଛିଦିନ ତଳେ ଏହି ଗୀତଟି ଲେଖିବାରେ ସକ୍ଷମ ହୋଇଛି।

Related posts

“ସବୁର ଅଭିଜ୍ଞତା ଜରୁରୀ”: ନାଗା ଚୈତନ୍ୟ

mahabharatanews

 ‘ଚନ୍ଦ୍ରଯାନ -୩’କୁ ପରିହାସ କରି ଚର୍ଚ୍ଚାରେ ପ୍ରକାଶ ରାଜ  

mahabharatanews

ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର

mahabharatanews