ଓଡିଶା

ବେକରେ ଶାଢୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

(ମହାଭାରତ, କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବିଜମରା ଗାଁର ମିନି ଷ୍ଟାଡିୟମ ପାଖରେ ଥିବା ଏକ ମଶାଣିରେ ଜଣେ ଯୁବକ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ସେହି ଗାଁର ବାସିନ୍ଦା ଦୁର୍ଯ୍ୟୋଧନ ବାଗ ବୋଲି ଜଣାପଡିଛି । ତେବେ ଆତ୍ମହତ୍ୟା ପଛର କାରଣ ଏଯାଏ ଜଣାପଡି ନାହିଁ । ସୂଚନା ଅନୁଯାୟୀ, ଯୁବକଙ୍କ ସ୍ତ୍ରୀ ସୁନିତା ବାଗ ଗତ ୩ ମାସ ତଳେ ରୋଗରେ ପଡି ପ୍ରାଣ ହରାଇଥିଲେ । ଏହାକୁ ନେଇ ତାଙ୍କ ସ୍ୱାମୀ ମାନସିକ ଚାପରେ ରହିଥିଲେ । ଶନିବାର ସନ୍ଧ୍ୟା ୫ଟାରେ ସେ ଘରୁ ବାହାରି ଯାଇ ଆଉ ଫେରି ନଥିଲେ । ପରଦିନ ସକାଳେ ମଶାଣି ଠାରେ ତାଙ୍କର ଝୁଲନ୍ତା ଶବ ଦେଖିବାକୁ ମିଳିଛି । ମୃତ ଯୁବକଙ୍କର ଦୁଇ ପୁଅ ରହିଛନ୍ତି । ମୃତ୍ୟୁ ପରେ ଏବେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।

Related posts

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୯୬ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

ବନ୍ୟା ପରେ ଝାଡ଼ାବାନ୍ତି ଭୟ 

mahabharatanews

ଭିଜିଲାନ୍ସ ଜାଲରେ ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ

mahabharatanews