ଓଡିଶା

ସୁଲିଆ ପୀଠ କରୋନା କଟକଣା ଭିତରେ ପଡିଲା ବଳି

ବଲାଙ୍ଗୀର: କରୋନା ପାଇଁ ଗତ ମାର୍ଚ୍ଚରୁ ଦେଶ ବ୍ୟାପୀ ସମସ୍ତ ପର୍ବପର୍ବାଣୀରେ ଭଟା ପଡିଯାଇଛି । ସରକାରଙ୍କ ନିର୍ଦ୍ଦେଶ ମାନି କୌଣସି ପର୍ବ ପାଳନ ହୋଇନାହିଁ । କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ରକ୍ତ ରଞ୍ଜିତ ହୋଇଛି ସୁଲିଆ ପୀଠ । କରୋନା କଟକଣା ଭିତରେ ମଧ୍ୟ ପଡିଛି ବଳି । ବଲାଙ୍ଗିରର ପ୍ରସିଦ୍ଧ ସୁଲିଆ ଯାତ୍ରାରେ ବଡ଼ଖଳା ଓ ସାନଖଳାରେ ମାନସିକଧାରୀଙ୍କ ଦ୍ୱାରା ବଳି ପକାଯାଇଛି । ବଡି ସକାଳୁ ବଳି ପକାଯାଇଛି।
ସୁଲିଆ ଯାତ୍ରାରେ ପଶୁ ଓ ପକ୍ଷୀଙ୍କୁ ବଳି ଦେବାର ପରମ୍ପରା ରହିଛି । ପ୍ରଥମେ ପାଟ ବୋଦାକୁ ବଳି ଦିଆଯିବାର ପରମ୍ପରା ରହିଛି । ତା’ ପରେ ମାନସିକଧାରୀମାନେ ନିଜେ ଆଣିଥିବା ପଶୁ ପକ୍ଷୀ ବଳି ଦେଇଥାନ୍ତି । ଏଥର କରୋନା କଟକଣା ସହ ଆୟୋଜିତ ହୋଇଛି ସୁଲିଆ ଯାତ୍ରା । କରୋନା କଟକଣା ଭିତରେ ଯାତ୍ରା ପାଳିତ ହେଉଥିବାରୁ ମୀନା ବଜାର ଓ ସାଂସ୍କୃତିକ କାର୍ୟ୍ୟକ୍ରମକୁ ବନ୍ଦ କରାଯାଇଛି । ଜଣେ ଡିଏସ୍‌ପିଙ୍କ ଦାୟିତ୍ୱରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ସୁଲିଆ ଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ୨ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି ।

 

Related posts

ପିକ୍ଅପ୍ ଭ୍ୟାନ ଧକ୍କାରେ ୧ ମୃତ, ୨ ଗୁରୁତର

mahabharatanews

ବାଲୁକା କଳାରେ ବିଜୟ ମହାନ୍ତିଙ୍କୁ ୨ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳୀ

mahabharatanews

ରାଜ୍ୟରେ ବନ୍ଦ ହେଲା ସବୁ କୋଭିଡ୍ ହସ୍ପିଟାଲ

mahabharatanews