ଓଡିଶା

ସୁଲିଆ ପୀଠ କରୋନା କଟକଣା ଭିତରେ ପଡିଲା ବଳି

ବଲାଙ୍ଗୀର: କରୋନା ପାଇଁ ଗତ ମାର୍ଚ୍ଚରୁ ଦେଶ ବ୍ୟାପୀ ସମସ୍ତ ପର୍ବପର୍ବାଣୀରେ ଭଟା ପଡିଯାଇଛି । ସରକାରଙ୍କ ନିର୍ଦ୍ଦେଶ ମାନି କୌଣସି ପର୍ବ ପାଳନ ହୋଇନାହିଁ । କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ରକ୍ତ ରଞ୍ଜିତ ହୋଇଛି ସୁଲିଆ ପୀଠ । କରୋନା କଟକଣା ଭିତରେ ମଧ୍ୟ ପଡିଛି ବଳି । ବଲାଙ୍ଗିରର ପ୍ରସିଦ୍ଧ ସୁଲିଆ ଯାତ୍ରାରେ ବଡ଼ଖଳା ଓ ସାନଖଳାରେ ମାନସିକଧାରୀଙ୍କ ଦ୍ୱାରା ବଳି ପକାଯାଇଛି । ବଡି ସକାଳୁ ବଳି ପକାଯାଇଛି।
ସୁଲିଆ ଯାତ୍ରାରେ ପଶୁ ଓ ପକ୍ଷୀଙ୍କୁ ବଳି ଦେବାର ପରମ୍ପରା ରହିଛି । ପ୍ରଥମେ ପାଟ ବୋଦାକୁ ବଳି ଦିଆଯିବାର ପରମ୍ପରା ରହିଛି । ତା’ ପରେ ମାନସିକଧାରୀମାନେ ନିଜେ ଆଣିଥିବା ପଶୁ ପକ୍ଷୀ ବଳି ଦେଇଥାନ୍ତି । ଏଥର କରୋନା କଟକଣା ସହ ଆୟୋଜିତ ହୋଇଛି ସୁଲିଆ ଯାତ୍ରା । କରୋନା କଟକଣା ଭିତରେ ଯାତ୍ରା ପାଳିତ ହେଉଥିବାରୁ ମୀନା ବଜାର ଓ ସାଂସ୍କୃତିକ କାର୍ୟ୍ୟକ୍ରମକୁ ବନ୍ଦ କରାଯାଇଛି । ଜଣେ ଡିଏସ୍‌ପିଙ୍କ ଦାୟିତ୍ୱରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ସୁଲିଆ ଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ୨ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି ।

 

Related posts

ଦୁଇ ପିକ୍ଅପ୍ ଭ୍ୟାନକୁ ପିଟିଲା ଟ୍ରକ୍, ଡ୍ରାଇଭର ମୃତ

mahabharatanews

୧୨ଟି ଜିଲ୍ଲାରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି

mahabharatanews

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି। ଗୃହର ବହୁ ସଦସ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି।

mahabharatanews