ଓଡିଶା

୨୨ରୁ ହାଇକୋର୍ଟରେ ଗ୍ରୀଷ୍ମ ଛୁଟି

(କଟକ) : ମେ ୨୨ ତାରିଖରୁ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଛୁଟି ଆରମ୍ଭ । ମେ ୨୨ରୁ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ଜୁନ୍ ୨୧ ତାରିଖରେ କୋର୍ଟ ଖୋଲିବ।

ସୂଚନାନୁଯାୟୀ , ଅବକାଶ ସମୟରେ ମେ ୨୩, ୨୫, ୩୦, ଜୁନ୍ ୧, ୬, ୮, ୧୨ ଓ ୧୩ରେ ଅବକାଶକାଳୀନ ଖଣ୍ଡପୀଠ ବସିବ ‌ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସମସ୍ତ ଜରୁରି ମାମଲା ଯେଉଁଗୁଡିକ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରିବ, ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ। ଜରୁରୀ ମାମଲାଗୁଡିକ ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ତାଲିକାଭୁକ୍ତ କରାଯିବ ବୋଲି ପ୍ରକା‌ଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Related posts

କାଳିମାଡ଼ ଘଟଣା; ଭାସ୍କର ସାହୁଙ୍କୁ ଛାଡିଲା ପୋଲିସ

mahabharatanews

ଘୋଷଯାତ୍ରା ପ୍ରସ୍ତୁତି : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews

ଆଜି ପହିଲି ରଜ,ଚଳଚଞ୍ଚଳ ଗାଁ ରୁ ସହର

mahabharatanews