ଭୁବନେଶ୍ୱର: ଗୁଣିଗାରେଡି ଓ ଡାହାଣୀ ଆଦି ପରିକଳ୍ପନାକୁ ରାଜ୍ୟ ହାଇକୋର୍ଟ ଏକ ଧର୍ତ୍ତବ୍ୟ ଅପରାଧ ସହ ତୁଳନା କରିଛନ୍ତି । ଏଥିସହ ଏହି ଧର୍ତ୍ତବ୍ୟ ଅପରାଧକୁ ଦୃଢ ହସ୍ତରେ ଦମନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମାମଲା ବିଚାରରେ ଅଦାଲତ ବାସ୍ତବତା ସହିତ ଏପରି ଆକ୍ରୋଶର ଶିକାର ପୀଡ଼ିତଙ୍କ ମାନସିକ ସ୍ଥିତି ବିଷୟରେ ଅବଗତ ହେବା ଉଚିତ ବୋଲି କହଛନ୍ତି । ଗୁଣିଗାରେଡିରୁ ହତ୍ୟା ପରି ଘଟଣାରେ ଏକ ଜାମିନ ଆବେଦନର ଶୁଣାଣି ଅବସରରେ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ଦେଇଛନ୍ତି ।
କୋର୍ଟ କହିଛନ୍ତି, ଦେଶରେ ମୁଖ୍ୟତଃ ଝାଡ଼ଖଣ୍ଡ, ବିହାର, ରାଜସ୍ଥାନ, ହରିୟାନା, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଆସାମ, ଉତ୍ତରପ୍ରଦେଶରେ ଗୁଣିଗାରେଡି ଜନିତ ଅପରାଧ ଘଟଣା ବହୁଳ ଭାବେ ଦେଖାଯାଉଛି। ନ୍ୟାସନାଲ କ୍ରଇମ ରେକର୍ଡସ୍ ବ୍ୟୁରୋ ତଥ୍ୟ ଅନୁସାରେ ୨୦୦୦ରୁ ୨୦୧୬ ମଧ୍ୟରେ ଅଢେଇ ହଜାରରୁ ଅଧିକ ପୀଡିତ ଗୁଣିାଗରେଡି ଘଟଣାରେ ନିର୍ୟାତିତ ହୋଇ ମୃତ୍ୟୁମୁଖରେ ପଡିଥିଲେ। ଗୁଣିଗାରେଡି ଓ ଡାହାଣୀ ଭଳି ଅପରାଧ ସମାଜର ପଛୁଆ ବର୍ଗ, ଆଦିବାସୀ ସମ୍ପ୍ରଦାୟର ବିବେକ ତଥା ହିତାହିତ ଜ୍ଞାନକୁ ଶକ୍ତ ଧକ୍କା ଦେଇଛି। ଏଭଳି ପ୍ରଥାରେ ବିଶ୍ବାସ ଯୋଗୁଁ ନିରୀହ ଲୋକ ଅନେକ ସମୟରେ ଶୋଷଣର ଶିକାର ହେଉଛନ୍ତି। ଏଭଳି ଘଟଣାକୁ କଠୋର ହସ୍ତରେ ଦମନ କରିବା ଉଚିତ ବୋଲି ଖଣ୍ଡପୀଠ ରାୟ ଦେଇଛନ୍ତି। ଏଥି ସହିତ ଆବେଦନକାରୀ ଜିତୁ ମୁର୍ମୁ ଓରଫ ସୁକୁଲ ମୁର୍ମର ଜାମିନ ଆବେଦନ ଖଣ୍ଡପୀଠ ଖାରଜ କରିଛନ୍ତି।
previous post
next post