ଓଡିଶାରାଜନୀତି

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ: ସରକାରକୁ ବଦନାମ କରିବାକୁ କୃତିମ ଅଭାବ ସୃଷ୍ଟି

ଭୁବନେଶ୍ୱର: ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ | କୃତିମ ଅଭାବ ତିଆରି କରାଗଲା | ସରକାରକୁ ବଦନାମ କରିବାକୁ | ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଦେବୁ ନାହିଁ |ଏବେ ପୁଣି ରାଜି ହେଲେ ଦେବାକୁ | କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ | ମାର୍କେଟରେ ପରିମାଣ କମିଲେ ଦର ବଢ଼େ | ଏବେ ତ ସ୍ୱାଭାବିକ ଅଛି | ଆହୁରି କମିବ |

ଅନ୍ୟପଟେ ଆଳୁ ଯୋଗାଇବାକୁ ରାଜି ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଗତ ୨ ଦିନ ତଳେ ପଶ୍ଚିମବଙ୍ଗରେ ଆନ୍ଦୋଳନର କରିଥିଲେ ଆଳୁ ବ୍ୟବସାୟୀ । ତେବେ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ବ୍ୟବସାୟୀ । ଶୀତଳ ଭଣ୍ଡାରରୁ ପୂର୍ବପରି ଆଳୁ ବାହାରକୁ ଆସିବ ବୋଲି ସମ୍ଭାବନା କରାଯାଉଛି। ହୋଲସେଲ୍‌ ଓ ରିଟେଲ ମାର୍କେଟକୁ ଆଳୁ ପଠାଯିବ। ଯେପରି ଆଳୁ ଅନ୍ୟ ସ୍ଥାନକୁ ଯାଉଥିଲା ତାହା ପୂର୍ବପରି ଚାଲିବ ବୋଲି ଜଣାପଡ଼ିଛି। ଯାହାଦ୍ୱାରା ଓଡ଼ିଶା ପରି ରାଜ୍ୟରେ ଦେଖାଦେଇଥିବାଆଳୁ ସଙ୍କଟ ଦୂର ହେବ ବୋଲି ଆଶଙ୍କା କରାଯାଉଛି ।

Related posts

ଅଦିନିଆ ବର୍ଷାରେ ଭିଜିଲା ଓଡିଶା

mahabharatanews

 ବର୍ଷା ପ୍ରଭାବ; କୋରାପୁଟରେ ଭୂସ୍ଖଳନ 

mahabharatanews

୩୧ ପର୍ୟ୍ୟନ୍ତ ସବୁ ସରକାରୀ ଅଫିସକୁ ଜନସାଧାରଣଙ୍କୁ ମନା: ଜିଲ୍ଲାପାଳ

mahabharatanews