କୋରାପୁଟ: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଦେଶବ୍ୟାପୀ ଜନତା କର୍ଫ୍ୟୁ ଆରମ୍ଭ ହୋଇସାରିଛ । ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ମଧ୍ୟଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତକାଲି କୋରାପୁଟ ସହର ଠପ ହୋଇଥିବା ବେଳେ ସାପ୍ତାହିକ ହାଟ ବି ବନ୍ଦ ରହିଥିଲା । ଗହଳ ଚହଳ ଲାଗିରହୁଥିବା ହାଟ ତଥା ସମଗ୍ର ସହରରେ ଜୀବନ ଯାତ୍ରା ଏକ ପ୍ରକାର ଠପ ହୋଇଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ରାସ୍ତାଘାଟ, ବଜାର, ବସଷ୍ଟାଣ୍ଡ ସବୁ କିଛି ଜନଶୂନ୍ୟ ହୋଇପଡିଥିଲା । କୋରୋନା ଭୂତାଣୁର ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ୧୪ ଘଣ୍ଟିଆ ଜନତା କର୍ଫ୍ୟୁର ଡାକରାକୁ ସମ୍ମାନ ଜଣାଇ ଲୋକେ ନିଜକୁ ନିଜେ ଘର ଭିତରେ ଆବଦ୍ଧ କରିରଖିଥିଲେ । ପରିବା ହାଟ ବନ୍ଦ ପଡିଥିବା ବେଳେ ସକାଳୁ ମାଛ ମାଂସ ଦୋକାନରେ ଲୋକଙ୍କ ଭିଡ କିଛି ମାତ୍ରାରେ ଦେଖାଯାଇଥିଲା । ପୋଲିସ, ସହର ମଧ୍ୟରେ ଆଇନ ଶୃଙ୍ଖଳାକୁ ବଜାୟ ରଖିବାକୁ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା । ସେହିପରି କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଜନ ଶୂନ୍ୟ ଥିବା ଦେଖିବାକୁ ମିଳିଥିଲା । କୋରାପୁଟ ସଦରଥାନାର ପୁଲିସ ଗ୍ରାମାଞ୍ଚଳରେ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା । କରୋନା ଭୂତାଣୁ ରୋଗରେ ସଂକ୍ରମଣ ହୋଇଥିବା ବ୍ୟକ୍ତିମାନଙ୍କୁ ସେବା କରୁଥିବା ଡାକ୍ତର ପୁଣି ସଚେତନତା କରୁଥିବା ବ୍ୟକ୍ତିବିଶେଷଙ୍କୁ ଯଥା ପୁଲିସ , ସାମ୍ବାଦିକ, ଜିଲ୍ଲାର ବରିଷ୍ଠ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ,ଅଙ୍ଗନବାଡି କର୍ମୀ, ଆଶା ଦିଦି ସମେତ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମ·ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସନ୍ଧ୍ୟା ୫ଟାରେ ୫ମିନିଟ ପର୍ଯ୍ୟନ୍ତ ତାଳି, ଘଣ୍ଟା ବଜାଇ ସାଲୁଟ ସହ ସମ୍ମାନ ଜଣାଇଥିଲେ ।