ଓଡିଶା

ଜନତା କର୍ଫ୍ୟୁକୁ ସମର୍ଥନ: ସହର ବଜାର ବନ୍ଦ

କୋରାପୁଟ: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଦେଶବ୍ୟାପୀ ଜନତା କର୍ଫ୍ୟୁ ଆରମ୍ଭ ହୋଇସାରିଛ । ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ମଧ୍ୟଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତକାଲି କୋରାପୁଟ ସହର ଠପ ହୋଇଥିବା ବେଳେ ସାପ୍ତାହିକ ହାଟ ବି ବନ୍ଦ ରହିଥିଲା । ଗହଳ ଚହଳ ଲାଗିରହୁଥିବା ହାଟ ତଥା ସମଗ୍ର ସହରରେ ଜୀବନ ଯାତ୍ରା ଏକ ପ୍ରକାର ଠପ ହୋଇଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ରାସ୍ତାଘାଟ, ବଜାର, ବସଷ୍ଟାଣ୍ଡ ସବୁ କିଛି ଜନଶୂନ୍ୟ ହୋଇପଡିଥିଲା । କୋରୋନା ଭୂତାଣୁର ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ୧୪ ଘଣ୍ଟିଆ ଜନତା କର୍ଫ୍ୟୁର ଡାକରାକୁ ସମ୍ମାନ ଜଣାଇ ଲୋକେ ନିଜକୁ ନିଜେ ଘର ଭିତରେ ଆବଦ୍ଧ କରିରଖିଥିଲେ । ପରିବା ହାଟ ବନ୍ଦ ପଡିଥିବା ବେଳେ ସକାଳୁ ମାଛ ମାଂସ ଦୋକାନରେ ଲୋକଙ୍କ ଭିଡ କିଛି ମାତ୍ରାରେ ଦେଖାଯାଇଥିଲା । ପୋଲିସ, ସହର ମଧ୍ୟରେ ଆଇନ ଶୃଙ୍ଖଳାକୁ ବଜାୟ ରଖିବାକୁ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା । ସେହିପରି କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଜନ ଶୂନ୍ୟ ଥିବା ଦେଖିବାକୁ ମିଳିଥିଲା । କୋରାପୁଟ ସଦରଥାନାର ପୁଲିସ ଗ୍ରାମାଞ୍ଚଳରେ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା । କରୋନା ଭୂତାଣୁ ରୋଗରେ ସଂକ୍ରମଣ ହୋଇଥିବା ବ୍ୟକ୍ତିମାନଙ୍କୁ ସେବା କରୁଥିବା ଡାକ୍ତର ପୁଣି ସଚେତନତା କରୁଥିବା ବ୍ୟକ୍ତିବିଶେଷଙ୍କୁ ଯଥା ପୁଲିସ , ସାମ୍ବାଦିକ, ଜିଲ୍ଲାର ବରିଷ୍ଠ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ,ଅଙ୍ଗନବାଡି କର୍ମୀ, ଆଶା ଦିଦି ସମେତ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମ·ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସନ୍ଧ୍ୟା ୫ଟାରେ ୫ମିନିଟ ପର୍ଯ୍ୟନ୍ତ ତାଳି, ଘଣ୍ଟା ବଜାଇ ସାଲୁଟ ସହ ସମ୍ମାନ ଜଣାଇଥିଲେ ।

Related posts

ମାଲକାନଗିରିରେ ସେରୋ ସର୍ଭେ ଆରମ୍ଭ

mahabharatanews

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews

ଦଙ୍ଗା ସୃଷ୍ଟି କାରିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

mahabharatanews