ଅପରାଧ

ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲା

(ନୂଆଦିଲ୍ଲୀ/ମହାଭାରତ): ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ଘଟଣା ପାଇଁ ପୋଲିସ ବିରୋଧରେ ୨ ଜଣ ଓକିଲ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିବା ସହ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଦାବି କରିଛନ୍ତି ।
ଓକିଲମାନଙ୍କ କହିବାନୁସାରେ, ୨୦୧୪ରେ ସୁପ୍ରିମକୋର୍ଟ ଦେଇଥିବା ଗାଇଡଲାଇନ ପାଳନ କରାଯାଇ ନାହିଁ । ଏନକାଉଣ୍ଟରରେ ସାମିଲ ସମସ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଏତଲା ରୁଜୁ କରିବା, ତଦନ୍ତ କରିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିଟିସନରେ ଦାବି କରାଯାଇଛି । ସେହିପରି କୋର୍ଟଙ୍କ ଅଧିନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିବାକୁ ଆଉ ଏକ ପିଟିସନ ଦାଖଲ କରାଯାଇ ଦାବି କରାଯାଇଛି ।
ଅନ୍ୟପଟେ, ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ହାଇଦ୍ରାବାଦ ଏନକାଉଣ୍ଟର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । କମିଶନଙ୍କ ଏକ ଟିମ ଶନିବାର ହାଇଦ୍ରାବାଦ ଗସ୍ତ କରି ଘଟଣାର ଅନୁଧ୍ୟାନ କରିଛନ୍ତି ।

Related posts

ବନ୍ଦ ଘରୁ ୩ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ଗଞ୍ଜେଇ ସହ କାର ଜବତ: ୨ଗିରଫ

mahabharatanews

ଭୁବନେଶ୍ୱର: ୩୬ ଘଣ୍ଟା ପରେ ମିଳୁନି ଅପହୃତ ଛାତ୍ରୀଙ୍କ ପତ୍ତା

mahabharatanews

Leave a Comment