ଓଡିଶା

୧ ବର୍ଷ ହେବ ନାନା ଅତ୍ୟାଚାର ଭୋଗୁଛୁ: ଉନ୍ନାଉ ପୀଡିତାଙ୍କ ବାପା

(ମହାଭାରତ): ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶରେ ରାଜନୀତି ଜୋର ଧରିଛି । ପୀଡିତାର ପରିବାରକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭେଟିଛନ୍ତି । ପ୍ରିୟଙ୍କାଙ୍କୁ ପୀଡିତାଙ୍କ ପରିବାର ଏକ ବର୍ଷ ଧରି ସେମାନଙ୍କ ପରିବାର ସହ ହୋଇଥିବା ଅତ୍ୟାଚାରକୁ ନେଇ ବଖାଣିଛନ୍ତି ।
ପ୍ରିୟଙ୍କାଙ୍କୁ ପୀଡିତାର ବାପା କହିଛନ୍ତି, ଏକ ବର୍ଷ ଧରି, ପରିବାର ଉପରେ ଅତ୍ୟାଚାର କରାଯାଉଛି । ପରିବାର ଲୋକଙ୍କୁ ଧମକ ଦିଆଯାଉଛି, ପରିବାରର ଝିଅମାନଙ୍କୁ ସ୍କୁଲ ନ ପଠାଇବାକୁ ଧମକ ଦିଆଯାଉଛି ।
ଏହି ପରିବାରକୁ ଭେଟିବା ପରେ ପ୍ରିୟଙ୍କା କହିଛନ୍ତି, ପୀଡିତା ପରିବାର ତାଙ୍କୁ ଜଣାଇଛନ୍ତି କି, ଅଭିଯୁକ୍ତମାନେ ଘରେ ପସି, ପୀଡିତାଙ୍କ ପିତାଙ୍କୁ ମାରିଥିଲେ । ବିଗତ ଏକ ବର୍ଷ ଧରି ଏହି ପରିବାର ଚିନ୍ତାଗ୍ରସ୍ତ ଅଛି । ପ୍ରିୟଙ୍କା ଆହୁରି କହିଥିଲେ, ମୁଁ ଆହୁରି ଶୁଣିଛି କି ଦୋଷୀମାନଙ୍କର ବିଜେପି ସହ ସମ୍ବନ୍ଧ ରହିଛି । ରାଜ୍ୟରେ ଅପରାଧୀଙ୍କୁ କୌଣସି ଡର ନାହିଁ । ବିଜେପି ସରକାରକୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହୁଛନ୍ତି, ରାଜ୍ୟରେ ଅପରାଧିଙ୍କ ପାଇଁ କୌଣସି ଜାଗା ନାହିଁ । କିନ୍ତୁ ମତେ ଲାଗାୁଛି, ଏଠାରେ ମହିଳାଙ୍କ ପାଇଁ କୌଣସି ଜାଗା ନ।।ହିଁ । ପ୍ରଶାସନକୁ କହିବାକୁ ହେବ ଏପରି କାହିଁକି ହେଉଛି ।

Related posts

କିଟକୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

mahabharatanews

୧୬ ରୁ ୧୯ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭ।ବନା

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦୮ କରୋନା ସଂକ୍ରମିତ ଚିହ୍ନଟ

mahabharatanews

Leave a Comment