ଓଡିଶା

ଚିକିତ୍ସାଧୀନ ଅବସ୍ଥାରେ  ସୁରବାବାଙ୍କ ମୃତ୍ୟୁ

ଭୁବନେଶ୍ୱର: ଝିଇଁଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ମୃତ୍ୟୁ। ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଛି ଦିନ ହେଲା ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସେ ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ୨୦୧୫ରେ ଜେଲ ଯାଇଥିବା ବେଳେ ୨୦୧୭ରେ ଜାମିନରେ ଆସିଥିଲେ ।
ଆଶ୍ରମରେ ବିଭିନ୍ନ ଅନୈତିକ କାର୍ଯ୍ୟ ଚାଲିଥିବା ଅଭିଯୋଗରେ ୨୦୧୫ ଅଗଷ୍ଟ ୩୧ରେ ସୁରବାବାଙ୍କୁ ଗିରଫ କରାଯାଇଥିଲା। ଜମି ଜବରଦଖଲ, ସମ୍ପତ୍ତି ହଡ଼ପ, ମହିଳାଙ୍କୁ ଯୌନ ନିର୍ୟାତନା ଦେବା ବେଆଇନ ଅସ୍ତ୍ରଶସ୍ତ୍ର ଠୁଳ ଆଦି ବିଭିନ୍ନ ଅନୈତିକ କାର୍ଯ୍ୟ ସେ ଆଶ୍ରମରେ ଚଳାଇଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ଚଢାଉ କରି ୨ଟି ପିସ୍ତଲ ଓ ୩ଟି ୯ଏମ୍ଏମ୍ ଗୁଳି ଜବତ ହୋଇଥିଲା।

SR

Related posts

ମହାପ୍ରଭୁଙ୍କ ନିକଟରେ ସମୁହ ଦୀପ ଦାନ

mahabharatanews

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

mahabharatanews

ପ୍ରବଳ ବର୍ଷା :  ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

mahabharatanews