(ମୁମ୍ବାଇ): ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘେରରେ ଫସିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏନ୍ସିବି ସମ୍ମୁଖରେ ମାନିଲେ ଯେ ସେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ମିଶି ସିଗାରେଟରେ ଗଞ୍ଜେଇ ସେବନ କରୁଥିଲେ । ଏହା ସହ ତାଙ୍କର ୨୦୦୬ ମସିହାରୁ ଡ୍ରଗ୍ସ ନେବା ଅଭ୍ୟାସ ଅଛି । ଦିବଙ୍ଗତ ଅଭିନେତା ସୁଶାନ୍ତ ଓ ସେ ଉଭୟ ଏହି ନିଶା ଗ୍ରହଣ କରୁଥିଲେ ବୋଲି ଏନ୍ସିବି ଆଗରେ ସ୍ୱୀକାର କରିଛନ୍ତି ରିୟା।
ରିୟାଙ୍କ ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଟାବଲେଟର ଫୋରେନସିକ୍ ତଦନ୍ତ ପରେ ଏନ୍ସିବିକୁ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମିଳିଛି । ରିୟାଙ୍କ ଘରୁ ମିଳିଥିବା ଇଲେକ୍ଟ୍ରୋନିକ୍ସ ଉପକରଣରୁ ଜଣାପଡିଥିଲା ଯେ ରିୟା ୨୦୧୭, ୨୦୧୮ ଓ ୨୦୧୯ ମସିହାରେ ଡ୍ରଗ୍ସ କାରବାରରେ ବେଶ୍ ସକ୍ରିୟ ଥିଲେ । ଡ୍ରଗ୍ ସର୍କଲ ସହିତ ଜଡିତ ଅନେକ ଫଟୋଗ୍ରାଫ୍, ଭିଡିଓ, ହ୍ବାଟ୍ସଆପ ଚାଟ୍ ଏବଂ ଏସ୍ଏମ୍ଏସ୍ ଉଦ୍ଧାର ହୋଇଛି । ଏନ୍ସିବି ରିୟାଙ୍କର ଡ୍ରଗ୍ସ କାରବାର ମାମଲାର ତଦନ୍ତ କରିବା ବେଳେ ବଲିଉଡ୍ର ବହୁ ଖ୍ୟାତ୍ୟାନାମା ବ୍ୟକ୍ତି ମଧ୍ୟ ଏହି ମାମଲା ସହ ଜଡିତ ଥିବା ଜଣାପଡିଛି । ବଲିଉଡର ଅନେକ ପ୍ରସିଦ୍ଧ ତାରକା ବର୍ତ୍ତମାନ ଏନସିବି ସ୍କାନରରେ ଅଛନ୍ତି । ତେବେ ଏବେ କେବଳ ଦେଖିବା ବାକି ରହିଲା ଯେ ଏଥିରେ କେଉଁ କେଉଁ ଖ୍ୟାତ ଚେହେରା ସାମନାକୁ ଆସୁଛି ।
previous post
