ଓଡିଶା

୫ଦିନିଆ ରିମାଣ୍ଡରେ ଗଲା ଆତଙ୍କୀ ସୟଦ୍ ଇସାନ୍ ବୁଖାରୀ

(ଯାଜପୁର) : ଯାଜପୁରରୁ ଗିରଫ ହୋଇଥିବା ଆତଙ୍କୀ ସୟଦ୍ ଇସାନ୍ ବୁଖାରୀକୁ ରିମାଣ୍ଡରେ ନେଲା ଏସିଟିଏଫ୍ । ୫ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରାଯାଉଛି । ରିମାଣ୍ଡରେ ଆସିବା ପରେ ଆତଙ୍କୀ ଲିଙ୍କ ନେଇ ବୁଖାରୀକୁ ଜେରା କରାଯାଉଛି ।

ସୂଚନାନୁଯାୟୀ , ଏନଆଇଏ, କାଶ୍ମୀର ପୁଲିସ, ପଞ୍ଜାବ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଛି । ଏସଟିଏଫ୍ ସହ ମିଶି ଗୁଇନ୍ଦା ବିଭାଗ କରିବ ତଦନ୍ତ । ତିନୋଟି ଟିମ୍ ବୁଖାରୀକୁ ମାରାଥନ ଜେରା କରିବେ । କେମିତି ଓ କେବେଠୁ ଆତଙ୍କୀ ଲିଙ୍କରେ ଆସିଥିଲା ଏବଂ ଆଇଏସଆଇ ଏଜେଣ୍ଟଙ୍କ ସହ ସଂପର୍କ ଥିଲା କି ନାହିଁ ସେ ନେଇ ଛାନଭିନ୍ କରାଯିବ । ବୁଖାରୀକୁ ୭ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ STF ଆବେଦନ କରିଥିଲା । ହେଲେ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି ।

Related posts

ବିଶ୍ୱ ମହିଳା ଦିବସରେ ବାଲୁକା କଳାରେ ଶିଳ୍ପୀ ମାନସ ସାହୁଙ୍କ ବାର୍ତ୍ତା

mahabharatanews

ବଦଳିବ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ!

mahabharatanews

ଆଜି ଆଡ଼ପ ମଣ୍ଡପେ ବିଜେ କରିବେ ଶ୍ରୀଜିଉ

mahabharatanews