ଓଡିଶା

ହାଇଦ୍ରାବାଦରେ କୋରାପୁଟର ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ନନ୍ଦପୁର/ଦଶରଥ ମାଛ:  କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଥୁବା ପଞ୍ଚାୟତର ପରଟା ଗ୍ରାମର ମଧୁ ଦେସ୍ତି ନାମକ  ତେଲେଙ୍ଗାନା ହାଇଦ୍ରାବାଦ ରାଜ୍ୟରେ ଦାଦନକୁ ଯାଇ କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କ ସୋମବାର ସକାଳେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।ପରଟା ଗ୍ରାମର ସ୍ୱର୍ଗତ ସୁବୁ ଦେସ୍ତିଙ୍କ ୨୭ ବର୍ଷୀୟ ପୁଅ ମଧୁ ଦେସ୍ତି ଙ୍କ ମୃତଦେହ ହାଇଦ୍ରାବାଦ କାର୍ଯ୍ୟସ୍ଥଳ ନିକଟ ଓନାଜିନଗର ବିଡିଭି ପ୍ରୋଜେକ୍ଟ ପରିସରରୁ ଝୁଳନ୍ତା ଅବସ୍ଥାରେ ମିଳିଥିବା ସୂଚନା ମିଳିଛି।ଏହି ଘଟଣା ସମ୍ପର୍କରେ ସୂଚନା ପାଇ ପରିବାର ଲୋକେ ଅତିଷ୍ଠ ଦୁଃଖ ହୋଇପଡିଛନ୍ତି।ଦୁଇ ଦିନ ତଳେ ଫୋନ ଯୋଗେ ବୃଦ୍ଧା ମା” ମତି ଦେସ୍ତି ଓ ବଡ଼ ଭାଇ ଗଙ୍ଗାଧର ଦେସ୍ତିଙ୍କ   ସହ କଥା ହୋଇଥିଲେ।ଏବେ କଣ ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେ ପୁଅର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖିବାକୁ ମିଳିଲା ବୋଲି କହିଛନ୍ତି।ନନ୍ଦପୁର ପୁଲିସ ତରଫରୁ ଘଟଣା ସମ୍ପର୍କରେ ଏକ ଡିଜି ଏଣ୍ଟ୍ରି କରାଯାଇ ପରିବାର ଲୋକଙ୍କୁ ଘଟଣାସ୍ଥଳ ନିକଟ ପୁଲିସ ଥାନାର ଆଶ୍ରୟ ନେବାକୁ ପରାମର୍ଶ ଦିଆଯିବା ପରେ ପରିବାର ତରଫରୁ ବଡ଼ ଭାଇ ଗଙ୍ଗାଧର ଦେସ୍ତି ସୋମବାର ସକାଳୁ ଓନାଜିନଗର ଅଭିମୁଖେ ଯାଇଛନ୍ତି।ମୃତକ ଯୁବକ ମଧୁ ଦେସ୍ତିଙ୍କୁ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଦ୍ଵାରା ପଞ୍ଜିକୃତ ଶ୍ରମିକ।ସେ ଗତ ତିନି ବର୍ଷ ହେଲା ଜଣେ କୂଶଳୀ ମେସିନ ଅପରେଟର ଭାବେ ହାଇଦ୍ରାବାଦ ତେଲେଙ୍ଗାନା ଓନାଜିନଗରସ୍ଥିତ ଉକ୍ତ ସଂସ୍ଥାରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ।ପରିବାରର ସାନ ପୁଅ ହେଲେ ବି ପିତାଙ୍କ ମୃତ୍ୟୁ ପରେ ବାହାର ରାଜ୍ୟରେ କାର୍ଯ୍ୟକରି ଉପାର୍ଜିତ ଅର୍ଥରେ ବୃଦ୍ଧା ମା;ଦୁଇ ଭାଇ ଗଙ୍ଗାଧର ଓ ମଧୁଙ୍କ ସମେତ ଦୁଇ ଭଉଣୀ ଲଷ୍ମୀ ଏବଂ ଡାଲୁଙ୍କ ପ୍ରତିପୋଷଣ ଦାୟିତ୍ୱର ମଙ୍ଗ ଧରିଥିଲେ।ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଓ ରାଜ୍ୟ ପ୍ରଶାସନ,ଶ୍ରମ ବିଭାଗ ପରିବାରର ଦୁଃଖ ବୁଝି ମୃତ୍ୟୁର କାରଣ ଖୋଜିବା ,ସୁଦୂର ଓନାଜିନଗରରୁ ପରଟା ଗ୍ରାମକୁ ମୃତ ଦେହ ଆଣିବା ଓ ପରିବାରକୁ ସରକାରଙ୍କ ଶ୍ରମିକ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ ଓ ବୁଲୁଶ୍ରୀ ହରିଆଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଦୁହେଁ ବିଭାଗ ତରଫରୁ ପରିବାରକୁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି।ନିର୍ବାଚନ ଆଚରଣ ବିଧି ହଟିବା ପରେ ଯୁବକଙ୍କ ମୃତ୍ୟୁ ପ୍ରମାଣ ପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର କାଢ଼ି ଶ୍ରମ ବିଭାଗର ଅନଲାଇନ ପୋର୍ଟାଲରେ ଆବେଦନ କଲେ ବିଭାଗ ତରଫରୁ ସହାୟତା ମିଳିବ ବୋଲି କହିଛନ୍ତି।ଦେଖାଯାଉ କେବେ ଶ୍ରମ ବିଭାଗ ତରଫରୁ ଏହି ମୃତ୍ୟୁ ପରିବାରଙ୍କୁ ସହାୟତା ରାଶି ପ୍ରଦାନ ମିଳୁଛି ତାହା ଦେଖିବାକୁ ବାକି ରହିଲା।

Related posts

ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା 

mahabharatanews

ଏକତ୍ରିତ ହୋଇ ସମୂହ ଇସ୍ତଫା ପ୍ରଦାନ କଲେ ୨୫ ପ୍ରାଣୀ ଚିକିତ୍ସକ

mahabharatanews

କଟକ ସହରରେ ପୁଣି ୨ କରୋନା ପଜିଟିଭ

mahabharatanews