ଭାରତ

ନୂଆ ଦଳ ଘୋଷଣା କଲେ ସ୍ୱାମୀ ପ୍ରସାଦ 

(ଦିଲ୍ଲୀ)  : ନୂଆ ଦଳ ଘୋଷଣା କଲେ ଦଶନ୍ଧି ଧରି ବିଏସପିରେ ରହିବା ପରେ ବିଜେପି ଏବଂ ଦୁଇ ବର୍ଷ ସମାଜବାଦି ପାର୍ଟିରେ ରହିଥିବା ୭୦ ବର୍ଷ ବୟସ୍କ ଭେଟେରାନ ନେତା ସ୍ୱାମୀ ପ୍ରସାଦ । ମୌର୍ଯ୍ୟ ବୁଧବାର ଦିନ ତାଙ୍କ ନୂଆ ଦଳ ଘୋଷଣା କରିଛନ୍ତି । ଦଳର ନାମ ରାଷ୍ଟ୍ରିୟ ଶୋଶିତ ସମାଜ ପାର୍ଟି (ଆରଏସଏସପି) ରଖାଯାଇଛି ।

ସୂଚନାନୁଯାୟୀ , ଦିଲ୍ଲୀରେ ହେବାକୁ ଥିବା ଶ୍ରମିକ ସମାବେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ସମ୍ପର୍କରେ ସେ ତାଙ୍କ କାର୍ଡ ମଧ୍ୟ ପ୍ରକାଶ କରିଛନ୍ତି । ତିନି ଦିନ ପୂର୍ବେ ସ୍ୱାମୀ ପ୍ରସାଦ ଏସପିଙ୍କ ପ୍ରାଥମିକ ସଦସ୍ୟତା ଏବଂ ଏମଏଲସି ପଦରୁ ଇସ୍ତଫା ଦେଇଥିଲେ । ବାସ୍ତବରେ ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି ଔପଚାରିକ ଭାବେ ୨୦୧୩ ରେ ଗଠନ କରାଯାଇଥିଲା । ଏହି ପାର୍ଟିର ଗଠନ ସାହେବ ସିଂ ଘନଗର ଅଲ୍ଲିଗଡରେ କରିଥିଲେ । ହେଲେ ସେତେବେଳେ ଏହି ପାର୍ଟି ଆଗକୁ ବଢିପାରି ନଥିଲା । ଏବେ ସ୍ୱାମୀପ୍ରସାଦ ମୌର୍ଯ୍ୟ ଏହି ପାର୍ଟିକୁ ଆଗକୁ ନେବେ । କେବଳ ସେତିକି ନୁହେଁ ଆଗାମୀ ଲୋକସଭା ନିର୍ବାଚନରେ ଏହି ପାର୍ଟି ଅଖିଳେଶ ଯାଦବଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ ।

Related posts

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ଦିନ ୨ ଟାରୁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ରାସ୍ତା ସିଲ୍ 

mahabharatanews

ଲୋକପ୍ରିୟ ଟିଥାଲ୍ ବିଚକୁ ପର୍ଯ୍ୟଟକ ମନା

mahabharatanews

Leave a Comment