ଭାରତ

ପରଲୋକରେ ସ୍ୱାମୀ ସ୍ମରଣାନନ୍ଦ

(ଦିଲ୍ଲୀ) : ମଙ୍ଗଳବାର ରାତିରେ ରାମକୃଷ୍ଣ ମିଶନ ସଭାପତି ସ୍ୱାମୀ ସ୍ମରଣାନନ୍ଦଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସମେତ ଅନେକ ବ୍ୟକ୍ତିତ୍ୱ ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।

ସୂଚନାନୁଯାୟୀ , ସେ ୨୦୧୭ରେ ରାମକୃଷ୍ଣ ମିଶନର ୧୬ତମ ସଭାପତି ହୋଇଥିଲେ । ରାମକୃଷ୍ଣ ମିଶନ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ‘ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ୱାମୀ ସ୍ମରଣାନନ୍ଦଜୀ ମହାରାଜଙ୍କର ମଙ୍ଗଳବାର ରାତି ୮.୧୪ରେ ଦେହାନ୍ତ ହୋଇଯାଇଛି । ସଂକ୍ରମଣ ହେତୁ ତାଙ୍କୁ ଜାନୁଆରୀ ୨୯ ରେ ରାମକୃଷ୍ଣ ମିଶନ ସେବା ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇଥିଲା। ପରେ ସେ ଶ୍ୱାସ ନେବାରେ ଅସୁବିଧା ଆରମ୍ଭ କଲେ । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ ସେ ଅସଂଖ୍ୟ ହୃଦୟ ଏବଂ ମନରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି। ତାଙ୍କର କରୁଣା ଏବଂ ଜ୍ଞାନ ଅନେକ ପିଢିଙ୍କୁ ପ୍ରେରଣା ଯୋଗାଇବ ।

Related posts

ହକି ଇଣ୍ଡିଆ ସଭାପତି ହେଲେ ଓଡ଼ିଆ ପୁଅ ଦିଲୀପ ତିର୍କୀ

mahabharatanews

ଜାପାନରେ ଭୂମିକମ୍ପ ଅନୁଭୂତ 

mahabharatanews

ଡିଏନଏ ଟେଷ୍ଟ ପାଇଁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

mahabharatanews