(ଜୟନ୍ତ କୁମାର ସେଠୀ/ପୁରୀ): କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ଶବଦାହ ଉପରେ କଟକଣା ଲଗାଯାଇଛି । ଜିଲ୍ଲା ବାହାର ଲୋକେ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଏବଂ ମହୋଦଧୀରେ ଚିତାଭସ୍ମ ବିସର୍ଜନ ଉପରେ ଲଗାଯାଇଥିବା କଟକଣାକୁ ଆଉ ଏକ ମାସ ବୃଦ୍ଧି କରାଯାଇଛି । ଫଳରେ ଚଳିତମାସ ଶେଷ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ବାହାରର ଲୋକେ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ । କିନ୍ତୁ ପୁରୀ ଜିଲ୍ଲାର ଲୋକଙ୍କ ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି । ଗତ ଜୁଲାଇ ୭ ତାରିଖରୁ ଜିଲ୍ଲା ବାହାର ଲୋକଙ୍କ ପାଇଁ ଏହି କଟକଣା ଲାଗୁ ହୋଇଥିଲା । ରାଜ୍ୟ ସରକାରଙ୍କ ଅନଲକ୍-୪ ପରେ ଜିଲ୍ଲା ପ୍ରଶାସନ ଏହି କଟକଣା ଅବଧିକୁ ପୁଣି ମାସେ ବଢାଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ ନିୟମ ମାନି ଦାହ ସଂସ୍କାର କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
previous post