ଓଡିଶା

ମିଳିଲାନି ଦରମା, କାମ ବନ୍ଦ କରି ବିକ୍ଷୋଭ କଲେ ସଫେଇ କର୍ମଚାରୀ

ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି: ବକେୟା ଦରମା ନମିଳିବାରୁ କାର୍ୟ୍ୟ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ । ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ପ୍ରାୟ ୩ ମାସର ବକେୟା ଦରମା ପାଇନଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ସଫେଇ କର୍ମଚାରୀମାନେ ଭୁବନେଶ୍ବର ସ୍ଥିତ ସୁମିତ୍ ସିକ୍ୟୁରିଟି ସର୍ଭିସ୍ ନାମକ ଏଜେନ୍ସିରେ କାମକରୁଥିବା ବେଳେ ଏଜେନ୍ସି ଦରମା ଦେଇନଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ ମାନେ । ଏହି ସମୟରେ ହସ୍ପିଟାଲ ମ୍ୟାନେଜରଙ୍କୁ ତିନିଦିନ ପୂର୍ବରୁ ଲିଖିତ ଅଭିଯୋଗ କରିଥିଲେ । ଏହି ଖବର ପାଇବା ମାତ୍ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସଫେଇ କର୍ମଚାରୀଙ୍କୁ ବୁଝା ସୁଝା କରି କାମରେ ଯୋଗଦେବା ପାଇଁ କହିଥିଲେ । ପ୍ରାପ୍ୟ ଦରମା କିପରି ପାଇବେ ସେ ବିଷୟରେ ସମ୍ପୃକ୍ତ ଏଜେନ୍ସି ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ସିଡିଏମଓ ।

Related posts

ଅଭିଶପ୍ତ ଜୀବନ ପାଇଁ ଦାୟୀ କିଏ ?

mahabharatanews

ବଢୁଛି ମାଓହିଂସା : ଭୁରୁଷିଖମା ଛକରେ ଲଗାଇଲେ ପୋଷ୍ଟର

mahabharatanews

ରୋଗ ଯନ୍ତ୍ରଣା ସହିନପାରି ବାପଘରେ ନବବଧୂର ଆତ୍ମହତ୍ୟା

mahabharatanews