ଓଡିଶା

ରାଜ୍ୟରେ ଦୀର୍ଘ ୧୮ ମାସ ବନ୍ଦ ପରେ ଖୋଲିଲା ଅଷ୍ଟମ ଶ୍ରେଣୀ

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୧୮ ମାସ ବନ୍ଦ ପରେ ଆରମ୍ଭ ହେଲା ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା। ଆଜିଠୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି। ଏହି କ୍ଲାସ ସକାଳ ୯ଟାରୁ ସାଢ଼େ ୧୨ଟା ଯାଏଁ ଚାଲିବ। ଛୋଟ ପିଲାଙ୍କ ଟୀକାକରଣ ହୋଇନଥିବା ବେଳେ ସଂକ୍ରମଣ ହ୍ରାସ ପାଇଥିବାରୁ ଅଫଲାଇନ୍ ପାଠପଢ଼ା ଆରମ୍ଭ କରାଯାଇଛି । ତେଣୁ କୋଭିଡ୍ କଟକଣାକୁ କଡକଡି ପାଳନ କରାଯାଉଛି। ପିଲାଙ୍କ ସିଟ ଆରେଞ୍ଜମେଣ୍ଟଠାରୁ, ମାସ୍କ ପରିଧାନ, ସାନିଟାଇଜେସନ ଆଦି ଉପରେ ଗୁରୁତ୍ୱାରୋପ କରାଯାଇଛି । ଦୀର୍ଘ ମାସ ପରେ ସ୍କୁଲ ଖୋଲିଥିବାରୁ ପିଲାଙ୍କ ମଧ୍ୟରେ ଦେଖାଦେଇଛି ଖୁସି ।
ସ୍କୁଲରେ ଭୟମୁକ୍ତ ବାତାବରଣ ପାଇଁ ଶିକ୍ଷକମାନେ ଚେଷ୍ଟା କରିବେ। ମଧ୍ୟାହ୍ନ ଭୋଜନ ବଦଳରେ ଶୁଖିଲା ଖାଦ୍ୟ ଦିଆଯିବ । ପ୍ରଥମ ଦୁଇଦିନ କେବଳ ପିଲାମାନଙ୍କ ସହ ଆଲୋଚନା କରାଯିବ। ପାଠପଢ଼ା ନେଇ ଆଲୋଚନା କରିବେ ଶିକ୍ଷକ ଓ ପରିଚାଳନା କମିଟି। ୨୭, ୨୮, ୨୯ରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷଣ ସ୍ତର ଆକଳନ ହେବ। ଆକଳନ ପରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷାଦାନ ହେବ।

 

Related posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଛଣ ବୋଝେଇ ଗାଡି

mahabharatanews

ଉତ୍ତର ଓଡିଶାର ଟାଣୁଆ ନେତା ମଦନ ମୋହନଙ୍କ ପରଲୋକ

mahabharatanews

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews