ଓଡିଶା

ରୋଗ ଯନ୍ତ୍ରଣା ସହିନପାରି ବାପଘରେ ନବବଧୂର ଆତ୍ମହତ୍ୟା

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ରୋଗ ଯନ୍ତ୍ରଣା ସହିନପାରି ନିଜର ମାନସିକ ଭାରସ୍ୟମ ହରାଇ ବାପଘରେ ଥିବା ସମୟରେ ଜଣେ ନବବଧୂ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବାର ଜଣାପଡିଛି । ଏପରି ଆଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନା ଅଧୀନସ୍ଥ ପଦ୍ମଗିରି ପଚାଂୟତ ଏମଭି୮୩ ଗ୍ରାମରେ । ସେହି ଗ୍ରାମର ମଲିନ ନମଙ୍କ ଝିଅ ଦିପାଳୀ ଗତ ୫ମାସ ତଳେ ଏମଭି୧୦ ଗ୍ରାମର ବାଦଲ ମଣ୍ଡଳଙ୍କୁ ବିବାହ କରିଥିଲେ । ବିବାହର କିଛିମାସ ପରେ ଦୀପାଳିଙ୍କ ଦେହ ଖରାପ ହୋଇଥିଲା । ସେ ସବୁବେଳେ ଅନ୍ୟମନସ୍କ ରହୁଥିଲେ । ଗତ ୫ ତାରିଖ ଦିନ ଦୀପାଳି ତାଙ୍କ ବାପଘର ଏମଭି୍୮୩ ଗ୍ରାମକୁ ଯାଇଥିଲେ । ସୋମବାର ରାତିରେ ଘରେ ସମସ୍ତେ ଖାଇପିଇ ଶୋଇବାପରେ ଦୀପାଳି ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁରେ ପୋଡି ହୋଇଯିବା ସମୟରେ ସେ ଚିତ୍କାର କରିବାରୁ ଘରଲୋକେ ଉଠି ଦୀପାଳିଙ୍କ ଦେହରୁ ନିଆଁ ଲିଭାଇ ତାଙ୍କୁ ମାଲାକନଗିରି ଜିଲ୍ଲା ହସପିଟାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ସୋମବାର ରାତିରେ ଦୀପାଳିଙ୍କ ମୃତ୍ୟୁଘଟିଥିଲା । ଏ ସଂପର୍କରେ ହସପିଟାଲ କର୍ତ୍ତୃପକ୍ଷ ମାଲକାନଗିରି ଥାନାକୁ ଜଣାଇବା ପରେ ପୁଲିସ ହସପିଟାଲରେ ପହଁଚି ଦୀପାଳିର ମୃତ ଶରୀର ଜବତ କରି ଶବ ବ୍ୟବଛେଦ ପରେ ତାଙ୍କପରିବାରଙ୍କୁ ମୃତଶରୀର ହସ୍ତାନ୍ତର କରିଛନ୍ତି ।

Related posts

ଶ୍ରୀମନ୍ଦିରରେ ଠେଲାପେଲା , ବହୁ ସଂଖ୍ୟାରେ ହବିଷ୍ୟାଳୀ ଆହତ

mahabharatanews

ନାମକୋଣ୍ଡା ନଦୀ ଘାଟରୁ ମିଳିଲା ମହିଳାଙ୍କ ମୁଣ୍ଡ

mahabharatanews

ସ୍ୱଚ୍ଛ ଭାରତ ଅଭିଯାନର ପୂର୍ତ୍ତି ଉତ୍ସବ

mahabharatanews