ସ୍କ୍ରବ ଟାଇଫ୍ସ ଭୟ; ସୁନ୍ଦରଗଡ଼ରେ ସର୍ବାଧିକ
(ସୁନ୍ଦରଗଡ଼) : ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ ଟାଇଫ୍ସ । ବିଶେଷ କରି ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫ୍ସ। ଗତକାଲି ଗୋଟିଏ ଦିନରେ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୧୬୨ରେ ପହଞ୍ଚିଛି। ଯାହା ରାଜ୍ୟରେ ଏହା ସର୍ବାଧିକ । ସୂଚନାନୁଯାୟୀ, ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ମୁଣ୍ଡ ବୁଲାଇବା, ମାଂସପେଶୀ ଦରଜ ହୋଇଥାଏ। କୀଟ କାମୁଡ଼ିଥିବା ସ୍ଥାନର ଚର୍ମ କୁଣ୍ଡେଇ...
