ଓଡିଶା

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି ଠାବ

ସୁନ୍ଦରଗଡ : ସୁନ୍ଦରଗଡ ଟାଙ୍ଗାପ଼ାଲି ବ୍ଲକର ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୁଳମଣି ପଟେଲଙ୍କ ଘରେ ରେଡ ଚାଲିଛି । ପୈତୃକ ଘର, ତୁମାବାହାଲର ୪ଟି ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ ଜାରି ରହିଥିବା ବେଳେ ମିଳିଛି ଅମାପ ସମ୍ପତି ।

ତଦନ୍ତ ବେଳେ ଏହି ଅତିରିକ୍ତ ତହସିଲଦାରଙ୍କ ନାମରେ ୨୧ଟି ପ୍ଲଟ୍ ଥିବା ଜଣାପଡ଼ିଛି। ଶ୍ରୀ ପଟେଲଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ ବେଳେ ୨ଟି ବହୁତଳ କୋଠା, ୪ଟି ବାସୋପଯୋଗୀ ଘର ସମେତ ୨୧ଟି ପ୍ଲଟ ଠାବ ହୋଇଛି। ତାହା ସହ ୨ଟି ବୋଲେରୋ, ୨ଟି ଟ୍ରାକ୍ଟର, ୨ଟି ଟ୍ରେଲର, ୩ଟି ବାଇକ୍ ଠାବ ହୋଇଛି। ସମସ୍ତ ଜମିଜମା ସୁନ୍ଦରଗଡ଼ ଅଞ୍ଚଳରୁ ଠାବ କରାଯାଇଛି। ବ୍ୟାଙ୍କ ଜମା, ବୀମା ଓ ଗହଣା ଆଦି ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ସ୍ୱର୍ଗଦ୍ୱାରକୁ ଶବ ନେଇ ଆସିଥିଲେ, ନିଜେ ଶବ ପାଲଟିଗଲେ…

mahabharatanews

ନିଆଁ ଲାଗି ୧୫ ବଖରା ପାଉଁଶ

mahabharatanews

ଶିକ୍ଷକଙ୍କୁ ଦୁର୍ବବ୍ୟବହାର କରି ଅଭିଯୁକ୍ତ ଗିରଫ

mahabharatanews