ଓଡିଶା

ଦୋକାନ ସିଲ୍ କରି ହଟହଟା ହେଲେ ତହସିଲଦାର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକର କଙ୍କୋରଡା ଗାଁରେ ଆଜି ତହସିଲଦାରଙ୍କୁ କିଛି ସମୟ ପାଇଁ ଲୋକେ ଘେରାଉ କରିଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଗାଁରେ କରୋନା କଟକଣାକୁ ବେଖାତିର କରି ଦୋକାନ ଖୋଲା ଯାଉଥିବା ଅଭିଯୋଗ ହେବା ପରେ ସାନଖେମୁଣ୍ଡି ତହସିଲଦାର ଦୋକାନ ବଜାର ସିଲ କରିବାକୁ ଯାଇଥଥିଲେ । ଦୋକାନ ସିଲ କରୁଥିବା ସମୟରେ ଦୋକାନୀମାନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପରେ ଦୋକାନୀମାନେ ତହସିଲଦାର ଓ ତାଙ୍କ କର୍ମଚାରୀମାନଙ୍କୁ ଅଟକାଇ ରଖିବା ସହ ଗାଡିକୁ ଯିବାକୁ ଦେଇ ନଥିଲେ । ଖବର ପାଇ ପାଟପୁର ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସେଠାରେ ତହସିଲଦାର ଫେରିଥିଲେ । ଏହି ଘଟଣାର ଏକ ଭିଡିଓ ଏବେ ଭାଇରାଲ ହୋଇଛି ।

Related posts

୬୭ କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଲା

mahabharatanews

ବ୍ରାହ୍ମଣୀ ନଦୀରେ ୩ଟି ଘାଇ; ଅସ୍ତବ୍ୟସ୍ତ ଜନଜୀବନ

mahabharatanews

୨୫ରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ

mahabharatanews