ଓଡିଶା

୨୨ ଲକ୍ଷ ଟଙ୍କାରେ ୩୧ କ୍ୱିଣ୍ଟାଲର ଲଡ଼ୁ

(ତାଳଚେର) :  ୨୨ ଲକ୍ଷ ଟଙ୍କାରେ ୩୧ କ୍ୱିଣ୍ଟାଲର ଲଡ଼ୁ। ହଁ ଆଂଜ୍ଞା ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ଗଣେଶ ପୂଜାରେ । ଲଡୁକୁ ନିଲାମ ନେଇଛି ଲାଲବାଗ ରାଜା ପୂଜା କମିଟି । ସମୁଦାୟ ୨୨ ଲକ୍ଷ ୨୨ ହଜାର ୨୨୨ଟଙ୍କାରେ ଏହି ଲଡ଼ୁ ନିଲାମ ହୋଇଛି । ୩୧ କ୍ୱିଣ୍ଟାଲ ଓଜନର ଏହି ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଲଡ଼ୁକୁ ୪୦ଜଣ କାରିଗର ଦୁଇଦିନରେ ତିଆରି କରିଥିଲେ ।

ସୂଚନାନୁଯାୟୀ, ଗୁରୁବାର ତାଳଚେର ଗଣେଶ ପୂଜାର ଲଡୁ ନିଲାମ କାର୍ଯ୍ୟକ୍ରମ ହୋଇଥିଲା । କେନ୍ଦ୍ରୀୟ ପୂଜା କମିଟି ସର୍ବ ସମ୍ମୁଖରେ ଲଡୁ ନିଲାମ କରିଥିଲେ । ଗଜାନନଙ୍କ ଆଜ୍ଞା ଲଡୁ ନିଲାମରେ ବିଭିନ୍ନ ପୂଜା କମିଟି ଏବଂ ସର୍ବସାଧାରଣ ଲୋକେ ଭାଗ ନେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମିଟିର ସଭାପତି, ଉପଜିଲ୍ଲାପାଳ, ମୁଖ୍ୟ ଅତିଥି ଭାବେ ଢ଼େଙ୍କନାଳ ସାଂସଦ ଯୋଗ ଦେଇଥିଲେ ।.

 

Related posts

ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ

mahabharatanews

ନାବାଳିକାର ବିବାହ ସମୟରେ ପୋଲିସର ଚଢାଉ

mahabharatanews

ଶିକ୍ଷକଙ୍କ ଗିରଫକୁ ମହିଳା ମହାବିଦ୍ୟାଳୟର ଶତାଧିକ ଛାତ୍ରୀଙ୍କ ବିରୋଧ

mahabharatanews