ନୂଆଦିଲ୍ଲୀ: ପାକିସ୍ତାନକୁ ଶକ୍ତ ଝଟ୍କା । ଏହି ଝଟକା ଦେଇଛି ତାଲିବାନ। ତାଲିବାନ କହିଛି କାଶ୍ମୀର ପ୍ରସଙ୍ଗରେ ଆମେ ପାକିସ୍ତାନକୁ ସମର୍ଥନ କରିବୁ ନାହିଁ । କାରଣ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏଥିସହ ତାଲିବାନ ପକ୍ଷରୁ କୁହାଯାଇଛି, କାଶ୍ମୀରରେ ପାକ୍ ପ୍ରାୟୋଜିତ ଆତଙ୍କୀ କାର୍ଯ୍ୟକ୍ରମରେ ତାଲିବାନର ସମ୍ପୃକ୍ତିକୁ ନେଇ ହେଉଥିବା ଚର୍ଚ୍ଚା ମିଥ୍ୟା । ତାଲିବାନ୍ର ଇସଲାମିକ ଏମିରେଟ୍ସ ଅଫ ଆଫଗାନିସ୍ତାନ ମୁଖପାତ୍ର ସୁହେଲ ଶାହୀନ ସୋମବାର ଟ୍ବିଟ୍ କରି ଏହା କହିଛନ୍ତି ।
ସୂଚନାଯୋଗ୍ୟ, ୨ ଦିନ ତଳେ ସୋସିଆଲ ମିଡିଆରେ ଅନେକ ଖବର ସାମ୍ନାକୁ ଆସିଥିଲା, ଯେଉଁଥିରେ ତାଲିବାନ ମୁଖପାତ୍ର ଜବୀଉଲ୍ଲାହ ମୁଜାହିଦଙ୍କ ନାମରେ କୁହାଯାଇଥିଲା ଯେ, କାଶ୍ମୀର ପ୍ରସଙ୍ଗର ସମାଧାନ ନ ହେବା ପର୍ୟ୍ୟନ୍ତ ଭାରତ ସହିତ ତାଲିବାନର ବନ୍ଧୁତା ସମ୍ଭବ ନୁହେଁ। ଏଥିରେ ଆହୁରି ଦାବି କରାଯାଇଥିଲା ଯେ, ତାଲିବାନ କାବୁଲକୁ କବ୍ଜା କରିବା ପରେ କାଶ୍ମୀରକୁ ବି ଅନୁପ୍ରବେଶକାରୀଙ୍କଠାରୁ ଛଡ଼ାଇନେବ।
previous post
next post
