ଭାରତ

ତାମିଲନାଡୁରେ ପ୍ରବଳ ବର୍ଷା; ଆଜି ସ୍କୁଲ ଛୁଟି

(ତାମିଲନାଡୁ) : ତାମିଲନାଡୁରେ ପ୍ରବଳ ବର୍ଷା । ଆଜି ଅର୍ଥାତ୍ ୧୮ଡିସେମ୍ବରରେ ୪ଟି ଜିଲ୍ଲାର ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରାଯାଇଛି। ଦକ୍ଷିଣ ଶ୍ରୀଲଙ୍କା ଉପକୂଳରେ ଭାରତ ମହାସାଗରରେ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟର ପ୍ରଭାବରେ ରବିବାର ଦିନ କନ୍ୟାକୁମାରୀ, ଥୋଥୁକୁଡି, ତିରୁନେଲଭେଲି ଏବଂ ତେନକାସୀରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ।

ସୂଚନାନୁଯାୟୀ , ତିରୁନେଲଭେଲି ଏବଂ ତେନକାସୀରେ ପ୍ରବଳ ବର୍ଷା ଜାରି ରହିଛି ଯାହା ଫଳରେ ବିଭିନ୍ନ ସ୍ଥାନ ଜଳମଗ୍ନ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁଛି । ଏପରିକି ବଡ଼ ବଡ଼ ଗଛ ଉପୁଡ଼ିଯିବା ସହ ଯାନବାହନ ନଷ୍ଟ ଭାସିଯିବା ପରି ଘଟଣା ମଧ୍ୟ ଦେଖିବା ପାଇଁ ମିଳିଛି । ଛତିଶଗଡ଼ରେ ଫୁଣି ଆକ୍ଟିଭ ହେଲେ ନକ୍ସଲ , ଏନକାଉଣ୍ଟରରେ ସିଆରପିଏଫ୍‌ ଅଧିକାରୀ ଶହୀଦ ସେହିପରି ତିରୁନେଲବେଲି ଏବଂ ଥୁଥୁକୁଡିର ପ୍ରଶାସନ ଲୋକଙ୍କୁ ଥାମିରାବରାନି ନଦୀରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ସୋମବାର ତାମିଲନାଡୁ ଏବଂ କେରଳର ଦକ୍ଷିଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏହି ସମସ୍ତ ସ୍ଥାନରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Related posts

ଆସନ୍ତାକାଲି ନାମାଙ୍କନ ଦାଖଲ ଭରିବେ ମୋଦି 

mahabharatanews

ଥମୁନି ମଣିପୁର ହିଂସାକାଣ୍ଡ : ଗଲାଣି ୫୦ରୁ ଅଧିକ ଜୀବନ 

mahabharatanews

ଏନକାଉଣ୍ଟରରେ ଟଳିପଡିଲା ଆଉ ଜଣେ ଗ୍ୟାଙ୍ଗଷ୍ଟର

mahabharatanews

Leave a Comment