ଭାରତ

ପ୍ରସିଦ୍ଧ ତିରୁପତି ମନ୍ଦିରକୁ ୫ କୋଟି ଦାନ

(ତାମିଲନାଡୁ) : ପ୍ରସିଦ୍ଧ ତିରୁପତି ମନ୍ଦିରକୁ ୫ କୋଟି ଟଙ୍କାର ଦାନ । କିଛି ଶ୍ରଦ୍ଧାଳୁ ଏକାଠି ହୋଇ ୫.୧୧ କୋଟି ଟଙ୍କା ତିରୁମାଲା ତିରୁପତି ମନ୍ଦିରକୁ ଦାନ ଦେଇଛନ୍ତି । ମନ୍ଦିର ଟ୍ରଷ୍ଟ ଅଧିନରେ ଥିବା ଭବବାନ ଭେଙ୍କଟେଶ୍ୱର ମନ୍ଦିରର ସଂପ୍ରସାରଣ ପାଇଁ ଶ୍ରଦ୍ଧାଳୁ ଟଙ୍କା ଦାନ କରିଛନ୍ତି ।

ସୂଚନାନୁଯାୟୀ , ପ୍ରତିଦିନ ଏଠାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ସ୍ଥାନ କମ ପଡୁଥିବାରୁ ମନ୍ଦିରକୁ ବଢାଇବା ପାଇଁ ଯୋଜନା କରାଯାଇଛି । ଯେଉଁଥି ପାଇଁ କିଛି ଶ୍ରଦ୍ଧାଳୁ ମନ୍ଦିରକୁ ଦାନ କରିଛନ୍ତି । ଏହାପୂର୍ବରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ମାନସିକ ପୂରଣ ହେବାରୁ ସୁନା ଗହଣା, ଟଙ୍କା ଦାନ କରିଥାନ୍ତି ।

 

Related posts

ଆଜି ସନ୍ଧ୍ୟା ସୁଦ୍ଧା ରେସକ୍ୟୁ ହେବେ ୪୦ ଶ୍ରମିକ

mahabharatanews

ଅଙ୍ଗ ପ୍ରତିରୋପଣରେ ବିଳମ୍ବ କାରଣରୁ ମୃତ୍ୟୁ ; ହିରୋଇନ୍‌ ମୀନାଙ୍କ ସ୍ୱାମୀ ପରଲୋକ

mahabharatanews

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଲେ ରାହୁଲ

mahabharatanews