Uncategorized

ମେ ୩୧ ପର୍ଯ୍ୟନ୍ତ ଚେନ୍ନାଇକୁ ବିମାନ ଚଳାଚଳ ବନ୍ଦ ରଖିବାକୁ ତାମିଲନାଡୁ ସରକାରର ଅନୁରୋଧ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୪.୦ ଲକ୍‌ଡାଉନ୍‌ ଜାରି କରିଛନ୍ତି । ଆସନ୍ତା ମେ ୩୧ ତାରିଖ ପର୍ୟ୍ୟନ୍ତ ଏହି ଲକଡାଉନ ଜାରି ରହିବ । ଆସନ୍ତା ୨୫ ତାରିଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାରଙ୍କର ବେସାମରିକ ବିମାନ ଚଳଚଳ ମନ୍ତ୍ରାଳୟ। ଦେଶର ପ୍ରମୁଖ ସହର ମଧ୍ୟରେ ମେ ୨୫ ତାରିଖ ଠାରୁ ଘରୋଇ ବିମାନ ସେବାର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ମନ୍ତ୍ରାଳୟ।
କିନ୍ତୁ ତାମିଲନାଡ଼ୁ ସରକାର ବର୍ତ୍ତମାନ ପରିସ୍ଥିତିରେ ଚେନ୍ନାଇରେ କରୋନା ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ବିମାନ ଚଳାଚଳକୁ ବିରୋଧ କରୁଛି । ତାମିଲନାଡୁ ସରକାର ଅନୁଯାୟୀ, କ୍ରମାଗତ ଭାବେ ବୃଦ୍ଧି ଘଟୁଥିବା ଆକ୍ରାନ୍ତ ସଂଖ୍ୟା ମଧ୍ୟରେ ଚେନ୍ନାଇକୁ ଘରୋଇ ବିମାନ ଚଳାଚଳ ପାଇଁ ଅନୁମତି ଦିଆଗଲେ ପରିସ୍ଥିତି ଅଣାୟତ ହୋଇଯିବ । ତେଣୁ, ଏହାକୁ ଦୃଷ୍ଟିରେ ରଖି ଅନ୍ତତଃ ମେ ୩୧ ତାରିଖ ପର୍ୟ୍ୟନ୍ତ ଚେନ୍ନାଇକୁ ଘରୋଇ ବିମାନର ଉଡାଣକୁ ବନ୍ଦ ରଖିବା ପାଇଁ ବେସାମରିକ ବିମାନ ଚଳଚଳ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେବାକୁ ତାମିଳନାଡ଼ୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଅନୁରୋଧ କରିଛି।

Related posts

ଶିଶୁଙ୍କ ପତଳା ଝାଡା କରୋନା ସଂକ୍ରମଣର ଲକ୍ଷଣ ହୋଇପାରେ

mahabharatanews

ମହାକୁମ୍ଭ: ତୁରନ୍ତ ନିଷ୍ପତ୍ତି ନେବାକୁ ଅଖିଳ ଭାରତୀୟ ଆଖଡା ପରିଷଦର ପରାମର୍ଶ

mahabharatanews

୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ : ମେଟା

mahabharatanews