ଭାରତ

ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟପାଳ ତାମିଲସାଇ 

(ତେଲେଙ୍ଗାନା) :ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ପୁଣିଥରେ ବିଜେପିରେ ଯୋଗଦେଇଛନ୍ତି। ଦୁଇ ଦିନ ପୂର୍ବେ ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଏଲଜି ପଦରୁ ଇସ୍ତଫା ଦେବା ପରେ ସେ ଏହି ପଦକ୍ଷେପ ନେଇଛନ୍ତି। ଏବେ ସେ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ବଢ଼ିଛି।

ସୂଚନାନୁଯାୟୀ , ତାମିଲନାଡ଼ୁରୁ ତାଙ୍କୁ ଦଳ ନିର୍ବାଚନରେ ଓହ୍ଲାଇପାରେ ବୋଲି କୁହାଯାଉଛି। ଭାଜପାରେ ଯୋଗଦେବା ପରେ ସୁନ୍ଦରରାଜନ ଭବିଷ୍ୟତ ଯୋଜନା ବିଷୟରେ କହିଛନ୍ତି, ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁଛି । ମୁଁ ମୋର ଇଚ୍ଛା ବିଷୟରେ ଦଳକୁ ଅବଗତ କରାଇଛି। ମୁଁ ଖୁସି ଯେ ପୁଣିଥରେ ମୋତେ ସଦସ୍ୟତା ମିଳିଛି। ମୋ ପାଇଁ ଏହା ସବୁଠାରୁ ବଡ଼ ଖୁସିର ଦିନ। ରାଜ୍ୟପାଳ ପଦରୁ ଇସ୍ତଫା ଦେବା କଠିନ ନିଷ୍ପତ୍ତି ଥିଲା। କାରଣ ରାଜ୍ୟପାଳ ହିସାବରେ ମୋ’ ପାଖରେ ଅନେକ ସୁବିଧା ଥିଲା। ହେଲେ ମୁଁ ତାକୁ ଛାଡ଼ିଛି। ଏକ ପ୍ରତିଶତ ବି ତାକୁ ନେଇ ଦୁଃଖ ନାହିଁ।

Related posts

ଅର୍ଜୁନ ଖାର୍ଗେଙ୍କୁ Z + ସୁରକ୍ଷା 

mahabharatanews

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ ।

mahabharatanews

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews