ଭାରତ

ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟପାଳ ତାମିଲସାଇ 

(ତେଲେଙ୍ଗାନା) :ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ପୁଣିଥରେ ବିଜେପିରେ ଯୋଗଦେଇଛନ୍ତି। ଦୁଇ ଦିନ ପୂର୍ବେ ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଏଲଜି ପଦରୁ ଇସ୍ତଫା ଦେବା ପରେ ସେ ଏହି ପଦକ୍ଷେପ ନେଇଛନ୍ତି। ଏବେ ସେ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ବଢ଼ିଛି।

ସୂଚନାନୁଯାୟୀ , ତାମିଲନାଡ଼ୁରୁ ତାଙ୍କୁ ଦଳ ନିର୍ବାଚନରେ ଓହ୍ଲାଇପାରେ ବୋଲି କୁହାଯାଉଛି। ଭାଜପାରେ ଯୋଗଦେବା ପରେ ସୁନ୍ଦରରାଜନ ଭବିଷ୍ୟତ ଯୋଜନା ବିଷୟରେ କହିଛନ୍ତି, ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁଛି । ମୁଁ ମୋର ଇଚ୍ଛା ବିଷୟରେ ଦଳକୁ ଅବଗତ କରାଇଛି। ମୁଁ ଖୁସି ଯେ ପୁଣିଥରେ ମୋତେ ସଦସ୍ୟତା ମିଳିଛି। ମୋ ପାଇଁ ଏହା ସବୁଠାରୁ ବଡ଼ ଖୁସିର ଦିନ। ରାଜ୍ୟପାଳ ପଦରୁ ଇସ୍ତଫା ଦେବା କଠିନ ନିଷ୍ପତ୍ତି ଥିଲା। କାରଣ ରାଜ୍ୟପାଳ ହିସାବରେ ମୋ’ ପାଖରେ ଅନେକ ସୁବିଧା ଥିଲା। ହେଲେ ମୁଁ ତାକୁ ଛାଡ଼ିଛି। ଏକ ପ୍ରତିଶତ ବି ତାକୁ ନେଇ ଦୁଃଖ ନାହିଁ।

Related posts

କାଳୀ ପୋଷ୍ଟରର ବିବାଦରେ ଲୀନା ମଣି ସମେତ ୬ଜଣଙ୍କୁ ସମନ ପଠାଇଲେ ଦିଲ୍ଲୀ ହାଇକୋର୍ଟ

mahabharatanews

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା

mahabharatanews

ଆଜି ଜାତୀୟ ସଦଭାବନା ଦିବସ

mahabharatanews