ରାଜନୀତି

ବିହାର: ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ୨ ନାମ ଘୋଷିତ

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ପାଇଁ ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଚଳିତ ସରକାରରେ ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇ ସେମାନଙ୍କ ନାମ ଘୋଷଣା କରାଯାଇଛି । ବିଧାନସଭାରେ ବିଜେପି ଦଳର ନେତା ତାରା କିଶୋର ପ୍ରସାଦ ଏବଂ ଉପନେତା ରେଣୁ କୁମାର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ନିଷ୍ପତ୍ତି ନେଇଛି। ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

ସେହିପରି ମନ୍ତ୍ରିମଣ୍ଡଳରେ ଛଅ ଜଣ ଜେଡିୟୁ ବିଧାୟକ ଏବଂ ବିଜେପିର ୫ ଜଣ ଏବଂ ହିନ୍ଦୁସ୍ଥାନ ଆଓ୍ୱାମ ମୋର୍ଚ୍ଚାର ଜଣେ ମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଥିବା ସୂଚନା ରହିଛି। ଏମାନେ ସମସ୍ତେ ଆଜି ନୀତୀଶଙ୍କ ସହ ଶପଥ ନେଇପାରନ୍ତି।

 

Related posts

କୁନ୍ନୁର ହେଲିକାପ୍ଟର ଦୁର୍ଘଟଣା ଘଟଣାରେ ବିଧାନସଭାରେ ନୀରବ ପ୍ରାର୍ଥନା

mahabharatanews

ବିଜେଡିର ନୂଆ ରାଜ୍ୟ ମୁଖ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

mahabharatanews

 କେନ୍ଦ୍ରମନ୍ତ୍ରୀ ଶିଳ୍ପ ବିପ୍ଲବ ୪.୦ରେ ମାଲିକ ହେବେ ଭାରତୀୟ: ଧର୍ମେନ୍ଦ୍ର ପ୍ରଧାନ

mahabharatanews