ରାଜନୀତି

ବିହାର: ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ୨ ନାମ ଘୋଷିତ

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ପାଇଁ ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଚଳିତ ସରକାରରେ ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇ ସେମାନଙ୍କ ନାମ ଘୋଷଣା କରାଯାଇଛି । ବିଧାନସଭାରେ ବିଜେପି ଦଳର ନେତା ତାରା କିଶୋର ପ୍ରସାଦ ଏବଂ ଉପନେତା ରେଣୁ କୁମାର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ନିଷ୍ପତ୍ତି ନେଇଛି। ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

ସେହିପରି ମନ୍ତ୍ରିମଣ୍ଡଳରେ ଛଅ ଜଣ ଜେଡିୟୁ ବିଧାୟକ ଏବଂ ବିଜେପିର ୫ ଜଣ ଏବଂ ହିନ୍ଦୁସ୍ଥାନ ଆଓ୍ୱାମ ମୋର୍ଚ୍ଚାର ଜଣେ ମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଥିବା ସୂଚନା ରହିଛି। ଏମାନେ ସମସ୍ତେ ଆଜି ନୀତୀଶଙ୍କ ସହ ଶପଥ ନେଇପାରନ୍ତି।

 

Related posts

ଧାମନଗର ଉପର୍ନିବାଚନ: ଆସିଲା ଦ୍ୱାଦଶ ରାଉଣ୍ଡ ଫଳାଫଳ

mahabharatanews

ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡୋ ପଦ ଯାତ୍ରାରେ ଯୋଗ ଦେଲେ ସୁଶାନ୍ତ ସିଂ

mahabharatanews

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

mahabharatanews