ରାଜନୀତି

କୁନ୍ନୁର ହେଲିକାପ୍ଟର ଦୁର୍ଘଟଣା ଘଟଣାରେ ବିଧାନସଭାରେ ନୀରବ ପ୍ରାର୍ଥନା

ଭୁବନେଶ୍ୱର: ଗତକାଲି କୁନ୍ନୁର ହେଲିକାପ୍ଟର ଦୁର୍ଘଟଣା ଘଟଣାରେ ବିଧାନସଭାରେ ଶୋକପ୍ରସ୍ତାବ ଆଗତ । କୁନ୍ନୁର ହେଲିକାପ୍ଟର ଦୁର୍ଘଟଣାରେ ସିିଡିଏସ ବିପିନ ରାୱତ, ତାଙ୍କ ସ୍ତ୍ରୀ ମଧୁଲିକା ରାୱତଙ୍କ ସମେତ ୧୧ ସେନା ଅଧିକାରୀଙ୍କର ବିୟୋଗରେ ଏହି ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଗତ କରିବା ସହ ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି । ଶୋକପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିଜେପି ବିଧାୟକ ମୋହନ ମାଝୀ । ଏହାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଛନ୍ତି ।
ଗୃହରେ ବାଚସ୍ପତିଙ୍କ ସମେତ ସମସ୍ତ ସଦସ୍ୟ ଏକ ମିନିଟ୍ ପର୍ଯ୍ୟନ୍ତ ନୀରବ ପ୍ରାର୍ଥନା କରିଥିଲେ । ଗୃହରେ ଦୁଃଖ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୧୩ ଜଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ମୋହନ ମାଝୀ । ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Related posts

ସ୍ଥଗିତ ଥିବା ପଞ୍ଚାୟତ ନିର୍ବାଚନରେ ବି ଜିତି‌ଲେ ବିଜେଡି ପ୍ରାର୍ଥୀ

mahabharatanews

ଶାହାଙ୍କ ମନ୍ତବ୍ୟରେ ମମତାଙ୍କ କଡା ଜବାବ୍…

mahabharatanews

ପୁଣି ଶାଶୁ ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଐଶ୍ୱର୍ଯ୍ୟା

mahabharatanews