(ଭୁବନେଶ୍ୱର) : ଏଣିକି ଦେହରେ ଆଉ ଟାଟୁ କରିପାରିବେନି ପୋଲିସ । ଆଂଜ୍ଞା ହଁ ଟାଟୁକୁ ନେଇ ସୁରକ୍ଷାବାନିନୀ ଓ ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ । ଏଠି ସହ ଯେଉଁମାନେ ଟାଟୁ କରିଛନ୍ତ, ୧୫ ଦିନ ଭିତରେ ଲିଭାଇବାକୁ ଡିସିପି (ସିକ୍ୟୁରିଟି)ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁଯାୟୀ , ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବନାହିଁ ଡିସିପି (ସିକ୍ୟୁରିଟି) କହିଛନ୍ତି । ସୁରକ୍ଷା ବାହିନୀ ଓ କମିସନରେଟ ପୋଲିସକୁ ଏହି ନିର୍ଦ୍ଦେଶ ଦିଆଯାଇଛି । କମିଶନରେଟ ଡିସିପିଙ୍କ (ସିକ୍ୟୁରିଟି) ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବ ନାହିଁ । ଡ୍ୟୁଟି ସମୟରେ ଖାକି ସହ ଟାଟୁର ଚିତ୍ର ଆଖିକୁ ଦେଖାଯିବା ଅନୁମତି ନାହିଁ । ଯବାନଙ୍କ ଦେହରେ ଟାଟୁ, ବାଟାଲିୟନର ଭାବମୂର୍ତ୍ତି ଏବଂ ଓଡ଼ିଶା ପୋଲିସର ଅକ୍ଷୁର୍ଣ୍ଣତାକୁ ଖରାପ କରୁଛି । ଏହା ପୁର୍ବରୁ ଫିଟନେସକୁ ନେଇ ମଧ୍ୟ ନିୟମ ଜାରି କରିଥିଲା କମିଶନରେଟ ପୋଲିସ । ଫିଟ୍ ନ ରହିଲେ ଦରମା ବଢିବନି ଓ ଫିଟନେସ ରିର୍ପୋଟ ଦେବାକୁ କୁହାଯାଇଥିଲା । ନିୟମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛି କମିଶନରେଟ ପୋଲିସ ।