ଭାରତ

ଆପରୁ ଇସ୍ତଫା ଦେଲେ ମନ୍ତ୍ରୀ ରାଜକୁମାର ଆନନ୍ଦ

(ଦିଲ୍ଲୀ) : ଇଡିର ଚଢ଼ଉ ପରେ ଆପରୁ ଇସ୍ତଫା ଦେଲେ ମନ୍ତ୍ରୀ ରାଜକୁମାର ଆନନ୍ଦ। ରାଜକୁମାର ଆନନ୍ଦ ଦିଲ୍ଲୀ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ପଦରେ ଥିଲେ।

ସୂଚନାନୁଯାୟୀ , ନିକଟରେ ରାଜକୁମାର ଆନନ୍ଦଙ୍କ ଘରେ ଇଡି ଚଢ଼ଉ କରିଥିଲା। ବର୍ତ୍ତମାନ ସେ ଉଭୟ ଆମ୍ ଆଦମୀ ପାର୍ଟି ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଦଳରୁ ଇସ୍ତଫା ଦେଇ ପୂର୍ବତନ ମନ୍ତ୍ରୀ ରାଜକୁମାର ଆନନ୍ଦ କହିଛନ୍ତି, “ମୁଁ ଦିଲ୍ଲୀ ସରକାରରେ ଜଣେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲି ଏବଂ ମୋ ପାଖରେ ୭ଟି ପୋର୍ଟଫୋଲିଓ ଥିଲା। କିନ୍ତୁ ଆଜି ମୁଁ ବହୁତ ଦୁଃଖିତ ଏବଂ ମୋର ଦୁଃଖ ଆପଣଙ୍କ ସହ ବାଣ୍ଟିବାକୁ ଚାହୁଛି। ମୁଁ ରାଜନୀତିରେ ପ୍ରବେଶ କଲି ଯେତେବେଳେ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ରାଜନୀତିରେ ପରିବର୍ତ୍ତନ ହେଲେ ଦେଶ ବଦଳିଯିବ। ତେବେ ଆଜି ମୋତେ ବହୁତ ଦୁଃଖର ସହ କହିବାକୁ ପଡୁଛି ଯେ, ରାଜନୀତିରେ ପରିବର୍ତ୍ତନ ଆସିଲା ନାହିଁ।

Related posts

କୋଭିଡ ଟୀକାକରଣ ପ୍ରମାଣପତ୍ରରୁ ହଟିଲା ମୋଦୀଙ୍କ ଫଟୋ

mahabharatanews

ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ

mahabharatanews

ଭୋଟର ବଣ୍ଡ ଉପରେ ଆଜି ଶୁଣାଣି

mahabharatanews