ଓଡିଶା

ଆଗାମୀ ୩ ଦିନ ଯାଏଁ ବଢିବ ତାତି

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାତି । ଚଳିତ ବର୍ଷର ପାରଦ ୪୦ ଡିଗ୍ରୀ ଛୁଇଁଲାଣି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାତି ବଢିବ ବୋଲି ପାଣିପାଗ ବିଭାଗର ସୂଚନା । ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୪୮ ଘଣ୍ଟା ଭିତରେ ଦିନର ତାପମାତ୍ରା ଦୁଇ ଡିଗ୍ରୀ ଯାଏଁ ବୃଦ୍ଧି ହେବ ।

ସୂଚନାନୁଯାୟୀ , ଏପ୍ରିଲ ପହିଲାରୁ ଆହୁରି ଜାଳିବ ଖରା । ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ ୪୦ ଡିଗ୍ରୀ ପାର କରିପାରେ । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ରାଜ୍ୟର ୫ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଛୁଇଁଛି । ଟିଟିଲାଗଡ଼, ବୌଦ୍ଧ, ବଲାଙ୍ଗିର, ଭବାନୀପାଟଣା, ନୟାଗଡ଼ ୪୦ ଛୁଇଁଲା ତାପମାତ୍ରା ।

Related posts

୫୭ ନମ୍ବର ଜାତୀୟ ରାଜପଥରେ ବସ-ଟ୍ରକ ମୁହାଁମୁହିଁ ଧକ୍କା: ୧୦ ଆହତ

mahabharatanews

ଓଡିଶା ପାଇଁ ଲଘୁଚାପର ଭୟ

mahabharatanews

ରାଉରକେଲାରେ ପରେ ବଲାଙ୍ଗିରରେ ଡାଇରିଆ ଆତଙ୍କ

mahabharatanews