ଭାରତ

 ଗଭୀର ଖାଇକୁ ଖସିପଡିଲା  ଯାତ୍ରୀବାହୀ ବସ୍,୩୦ ମୃତ

(ଜାମ୍ମୁ କାଶ୍ମୀର) : ଭାରସାମ୍ୟ ହରାଇ ପ୍ରାୟ ୨୫୦ମିଟର ଗଭୀର ଖାଇକୁ ଖସିପଡିଲା  ଯାତ୍ରୀବାହୀ ବସ୍ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜାମ୍ମୁ କାଶ୍ମୀରରୁ । କାଶ୍ମୀରର ଡୋଡାଠାରେ ଏକ ଯାତ୍ରୀବାହୀ ବସ୍ ବାରୁ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଅନେକ ଆହତ ହୋଇଛନ୍ତି । ବସରେ ପାଖାପାଖି ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ , ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏହି ବସ କିରୁ ଜାମ୍ମୁରୁ କାଶ୍ମିର ଡୋଡା ଯାଉଥିବାବେଳେ ଆସାର ଅଞ୍ଚଳର ଟ୍ରୁଙ୍ଗଲେ ନିକଟରେ ନିୟନ୍ତ୍ରଣ ହରାଇ ବସଟି ଚେନାବ ନଦୀର ଏକ ଗଭୀର ଖାଇକୁ ଖସିପଡିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Related posts

ମାମୁଁ ଘରେ ଅନୁସନ୍ଧାନ ଜାରି ରଖିଛି ‘ପ୍ରଜ୍ଞାନ’

mahabharatanews

ଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକ

mahabharatanews

ଆସାମ ବନ୍ୟା :ପାଣି ଘେରରେ ପାଞ୍ଚ ଲକ୍ଷ ଲୋକ

mahabharatanews