ଭାରତ

ଆରପାରିରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂହ କୁନ୍ନର

(ରାଜସ୍ଥାନ) : ପରଲୋକରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଶ୍ରୀଗଙ୍ଗାନଗର ଜିଲ୍ଲାର କରଣପୁରରୁ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂହ କୁନ୍ନର। ଅନେକ ଦିନ ହେବ ଗୁରୁମିତଙ୍କ କିଡନିରେ ଅସୁବିଧା ରହିଥିଲା। ଏହି କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ନିର୍ବାଚନ ପ୍ରଚାର ସମୟରେ ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ଗତ ନଭେମ୍ବର ୧୨ ତାରିଖରେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ , ରୁମିତ ଶ୍ରୀଗଙ୍ଗାନଗରର କରଣପୁର ବିଧାୟକ ଓ କଂଗ୍ରେସ ପ୍ରାର୍ଥୀ ରହିଥିଲେ। ସେ ନିଜ ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ ପାଇଁ ସବୁବେଳେ ପ୍ରୟାସ କରୁଥିଲେ । ୨୦୨୩ରେ ବିଧାନସଭା ନିର୍ବାଚନ ପାଇଁ ଗୁରମିତ କଂଗ୍ରେସ ପ୍ରାର୍ଥୀ ଭାବେ ନଭେମ୍ବର ୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

Related posts

ଜରୁରୀ କ୍ୟାବିନେଟ୍ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ 

mahabharatanews

ବିଶ୍ୱ ମହିଳା ଦିବସ ଅବସରରେ ମହିଳା ଇନ୍ସପେକ୍ଟରଙ୍କ ସହ ଅନ୍ୟ ମହିଳା ମାନେ ପାଳିଲେ ମହିଳା ଦିବସ ।

mahabharatanews

ଦେଶରେ ଦିନକରେ ୭,୫୫୪ ଆକ୍ରାନ୍ତ ଚିହ୍ନଟ ଓ ୨୨୩ ଜଣ ମୃତ

mahabharatanews