ଓଡିଶାଦେଶ ବିଦେଶଭାରତ

ଓଡିଶାରୁ କେନ୍ଦ୍ର ଉଠାଇବ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ , ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

ରାଜ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଚାଉଳ ବିବାଦ ଏବେ ସମାଧାନ ହେବାକୁ ଯାଉଛି କାହିଁକି ନା ରାଜ୍ୟରେ ଥିବା ବଳକା ଚାଉଳକୁ କେନ୍ଦ୍ର ସରକାର ନେବାପାଇଁ ଦେଇଛନ୍ତି ଗ୍ରୀନ୍ ସିଗ୍‌ନାଲ । ଏହି ଧାରାରେ ଓଡ଼ିଶାରୁ ମୋଟ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବ କେନ୍ଦ୍ର । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରୁ ମୋଟ ୫ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଓ ୧ ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ ଉଠାଇବ କେନ୍ଦ୍ର । ରାଜ୍ୟରେ ମୋଟ୍ ୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଗଚ୍ଛିତ ରହିଥିବାବେଳେ ସେଥିରୁ ୬ ଲକ୍ଷ ଟନ୍ ଚାଉଳ ଉଠାଇ ବଳକା ୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ନିଲାମ କରାଯିବ । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

Related posts

ବନାଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳରେ ସ୍ୱତନ୍ତ୍ର ପଦକ୍ଷେପ 

mahabharatanews

ଠିକା କର୍ମଚାରୀ ଇପିଏଫ ପାଇବାକୁ ହକ୍ଦାର: ସୁପ୍ରିମକୋର୍ଟ

mahabharatanews

ଅଜଗରକୁ ନେଇ ଯାଉଥିବା ବେଳେ ପଡିଗଲେ ବନବିଭାଗଙ୍କ ହାବୁଡରେ

mahabharatanews