Uncategorized

ସେନା ଶିବିର ଉପରେ ଆତଙ୍କୀ ଆକ୍ରମଣ: ଜଣେ ଯବାନ ଆହତ

ଶ୍ରୀନଗର: କରୋନା ଆତଙ୍କରେ ସାରା ବିଶ୍ୱ । ଭାରତରେ ଏହି ଭୂତାଣୁ ସଂକ୍ରମଣକୁ ପ୍ରାଧାନ୍ୟ ଦିଆଯାଇ ଲକଡାଉନକୁ ଆହୁରି ୧୯ ଦିନ ବଢାଇ ଦିଆଯାଇଛି । ଏପରି ସମୟରେ କଶ୍ମୀରର ପୁଲୱାମାର ନେଓ୍ୱା ଅଞ୍ଚଳରେ ସିଆରପିଏଫର ୧୮୩ ବାହିନୀ ଏବଂ ପୁଲିସ୍ କର୍ମଚାରୀଙ୍କ ମିଳିତ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆକ୍ରମଣକାରୀ ଆତଙ୍କବାଦୀ ଖସିଯିବାରେ ସକ୍ଷମ ହୋଇଛି । ତେବେ ଆତଙ୍କବାଦାଦୀକୁ ଧରିବାକୁ ଯବାନ ଓ ପୁଲିସ ଅଧିକାରୀ ମିଳିତ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ଜଣେ ଆତଙ୍କବାଦୀ ହଠାତ ଶିବିର ନିକଟରେ ପହଞ୍ଚି ଆଖିବୁଜା ଗୁଳି ଚଳାଇଥିଲା । ଏହି ଗୁଳିରୁ ଗୋଟିଏ ଶିବିର ବାହାରେ ଠିଆହୋଇଥିବା ଜଣେ କନେଷ୍ଟବଳଙ୍କ ଗୋଡରେ ବାଜିଛି । ଆହତ କନେଷ୍ଟବଳଙ୍କ ନାମ ଇନ୍ଦ୍ର କୁମାର । ଗୁଳି ଶବ୍ଦ ଶୁଣି ଶିବିର ଭିତରରୁ ଅନ୍ୟ ଯବାନ ବାହାରି ଆସିବାରୁ ଉକ୍ତ ଆତଙ୍କବାଦୀ ସେଠାରୁ ଖସିଯାଇଥିଲା । ଆହତ ଇନ୍ଦ୍ର କୁମାରଙ୍କୁ ତୁରନ୍ତ ସେନା କ୍ୟାମ୍ପରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଏହାପରେ ଆକ୍ରମଣକାରୀକୁ ଧରିବାକୁ ସେନା ଓ ପୁଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଚାଲିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଜମ୍ମୁ-କଶ୍ମୀରର ଶୋପିଆନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଶୋପିଆନର ଡାଇରୋ ଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଗୁରୁବାର ରାତିରୁ ସିଆରପିଏଫ, ୪୪ ରାଷ୍ଟ୍ରୀୟ ରାଇଫଲ ଓ ଏସଓଜି ଯବାନଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ହୋଇଥିଲା।

Related posts

ଏହି ୫ଟି ଉପାୟ ଦ୍ୱାରା ଗୋରା ହୋଇଯିବ ଶିଶୁ

mahabharatanews

ସୁନ୍ଦର ପିଚାଇ ‘ଆଲଫାବେଟ୍’ର ନୂଆ ସିଇଓ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଗରମା ଗରମ ଚିକେନ୍ ରସା

mahabharatanews