ଭାରତ

ପୁଞ୍ଚରେ ସେନା ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

(ଜମ୍ମୁ କଶ୍ମୀର) : ଜମ୍ମୁ କଶ୍ମୀରର ପୁଞ୍ଚରେ ସେନା ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ। ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିବା ପରେ ସୁରକ୍ଷାକର୍ମୀମା‌ନେ ସକ୍ରିୟ ହୋଇ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

,ଜଣେ ଅଧିକାରୀଙ୍କ କହିବାନୁଯାୟୀ , ଏହି ଘଟଣା କେଉଁ ପରିସ୍ଥିତିରେ ଏବଂ କିଭଳି ଘଟିଲା ତାହାର ସ୍ପଷ୍ଟ ଚିତ୍ର ପାଇବା ଲାଗି ସଂପ୍ରତି ପ୍ରୟାସ କରାଯାଉଛି। ଗାଡ଼ିରେ ଥିବା ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ତେବେ କେହି ମୃତାହତ ହୋଇଥିବା ରିପୋର୍ଟ ମିଳିନାହିଁ। ଯାଞ୍ଚ ଚାଲିଥିବାରୁ ପୁଞ୍ଚ-ମେନ୍ଧାର ରୋଡ୍‌କୁ ସାମୟିକ ଭାବେ ବନ୍ଦ କରାଯାଇଛି। ଗତବର୍ଷ ଡିସେମ୍ବର ୨୨ ତାରିଖରେ ଏହି ଜିଲ୍ଲାରେ ଡେରା କୀ ଗଲି ଅଞ୍ଚଳରେ ସେନା ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୪ ଯବାନ ସହିଦ ହୋଇଥିଲେ। ସେହି ସ୍ଥାନଠାରୁ ୪୦ କିମି ଦୂରରେ ଆତଙ୍କବାଦୀମାନେ ଏହି କାଣ୍ଡ ଭିଆଇଛନ୍ତି।

Related posts

ବିସିସିଆଇ ବଢାଇବ ବୁମରାଙ୍କ ଦରମା ।

mahabharatanews

କଂଗ୍ରେସକୁ ଲାଗିପାରେ ଗୁଲାମ ଝଟକା

mahabharatanews

ବଢିଲା ଗ୍ୟାସ ଦର

mahabharatanews