ଭାରତ

ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ  

(ଜମ୍ମୁ କାଶ୍ମୀର) : ଜଣେ ଆତଙ୍କବାଦୀକୁ ନିହତ କଲେ ସୁରକ୍ଷା  କର୍ମୀ  । ଅନନ୍ତନାଗରେ ସୁରକ୍ଷା କର୍ମୀମାନେ ଜଣେ ଆତଙ୍କବାଦୀକୁ ନିହତ କରିଛନ୍ତି । ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସମ୍ପର୍କରେ ସୁରକ୍ଷା କର୍ମୀମାନେ ସୂଚନା ପାଇବା ପରେ ସମଗ୍ର ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ୍ କରିଥିଲେ । ଏହି ସମୟରେ ସୁରକ୍ଷା କର୍ମୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ କିନ୍ତୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ଆତଙ୍କବାଦୀ ନିକଟରୁ ଅସ୍ତ୍ରଶସ୍ତ୍ର, କାର୍ଟ୍ରିଜ ଇତ୍ୟାଦି ସହିତ ଅନେକ ଆପତ୍ତିଜନକ ଜିନିଷ ମିଳିଥଛି । ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଉଛି ।

ସୂଚନାନୁଯାୟୀ , କୁଲଗାମ ଜିଲ୍ଲାର ହୁଭଡା ଗ୍ରାମରେ ଏହି ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ପୋଲିସ ଏବଂ ସେନା କର୍ମଚାରୀମାନେ ସାମିଲ ହୋଇଥିଲେ । ଏହି ଏନକାଉଣ୍ଟରରେ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଯବାନ ଆହତ ହୋଇଛନ୍ତି । ଏହାପୂର୍ବରୁ ସେନା ଆତଙ୍କୀଙ୍କ ସୀମା ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଥିଲେ ।

Related posts

ଆରପାରିରେ ଉପସ୍ଥାପିକା ଗୀତାଞ୍ଜଳି ଆୟାର

mahabharatanews

ପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତି

mahabharatanews

CAA ଲାଗୁ ନକରିବାକୁ ଅନୁରୋଧ କଲେ ବିଜୟ

mahabharatanews