ପ୍ରଯୁକ୍ତି

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ ମିସାଇଲ୍‌ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତ ସ୍ଵଦେଶୀ ଓ ବିଦେଶିୀ ଯୁଦ୍ଧାସ୍ତ୍ରରେ ସେନାକୁ ମଜବୁତ କରିବାରେ ଲାଗିଛି। ମଙ୍ଗଳବାର ସୁପରସୋନିକ କ୍ରୁଜ ମିସାଇଲ୍‌ ବ୍ରହ୍ମୋସର ସଫଳ ପରୀକ୍ଷଣ ପରେ ଏହି ଦିଗରେ ଆଉ ଏକ ସଫଳତା ମିଳିଛି । ଭାରତୀୟ ସେନା ଓ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ଏହି କ୍ରୁଜ ମିସାଇଲର ବିକାଶ କରିଛନ୍ତି।
ମଙ୍ଗଳବାର ସକାଳ ୧୦ଟାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ ମିସାଇଲ୍‌ ସଫଳ ପରୀକ୍ଷଣ କରାଯାଇଛି । ଏହି ମିଜାଇଲର ଆଉ ଏକ ଆଧୁନିକ ସଂସ୍କରଣର ପରୀକ୍ଷଣ । ଏହାର ଲକ୍ଷ୍ୟ ଭେଦ କ୍ଷମତାକୁ ୪୦୦ କିଲୋମିଟରରୁ ଅଧିକ ରଖାଯାଇଛି । ଆବଶ୍ୟକ ହେଲେ ଆଗାମୀ ଦିନରେ ଏହାକୁ ଉଭୟ ପାକିସ୍ତାନ ଓ ଚୀନ୍‌ରେ ପରୀକ୍ଷଣ କରାଯିବାକୁ ଯୋଜନା ଥିବା ସୂଚନା ରହିଛି ।
ବ୍ରହ୍ମୋସ ଏକ ସୁପରସୋନିକ କ୍ରୁଜ ମିଜାଇଲ। ୨୦୦୫ରେ ଆଇଏନଏସ ରାଜପୁତରେ ଭାରତୀୟ ନୌସେନା ଏହି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ମୁତୟନ କରିଥିଲା। ପୂର୍ବରୁ ଭାରତୀୟ ସେନା ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ନିଜର ତିନି ରେଜିମେଣ୍ଟରେ ସାମିଲ କରିଥିଲା। ଲଦାଖରେ ଗତ କିଛି ମାସ ହେବ ଯେଉଁ ଭଳି ଉତ୍ତେଜନା ସ୍ଥିତି ଲାଗି ରହିଛି, ଏମିତି ସମୟରେ ଭାରତକୁ ନୂତନ ହତିଆର ମିଳିବା ସେନାର ମନୋବଳକୁ ଆହୁରି ସୁଦୃଢ କରିବ ।

SR

 

Related posts

ବ୍ରହ୍ମପୁର ଆଇଆଇଟି ପ୍ରସ୍ତୁତ କଲା ଡିସ୍ଇନଫେକ୍ସନକାରୀ ରୋବଟ

mahabharatanews

ଆଣ୍ଟି ରେଡିଏସନ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ

mahabharatanews

୨୦୨୫ ମାର୍ଚ୍ଚ ସୁଦ୍ଧା ସମସ୍ତ ଗାଁକୁ ପହଞ୍ଚିଯିବ ନେଟୱର୍କ : ମନ୍ତ୍ରୀ ମୁକେଶ ମହାଲିଙ୍ଗ

mahabharatanews