ଓଡିଶା

ଗାଁ କୁ ଯାଇପାରିଲାନି ଆମ୍ବୁଲାନ୍ସ ! ରାସ୍ତାରେ ଜନ୍ମ ଦେଲେ ଶିଶୁକୁ

(କନ୍ଧମାଳ) ; ସ୍ୱାଧିନତାର ଏତେ ବର୍ଷ ପରେ ବି ଗାଁକୁ ରାସ୍ତା ଟିଏ ନାହିଁ । ଯାହା ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁଣି ସମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଗାଁକୁ ରାସ୍ତା ନାହିଁ ଫଳରେ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ । ଶେଷରେ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା , ଆଉ ଅଧାବାଟରେ ଜନ୍ମ ଦେଲେ ଶିଶୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଜୁରୀ ପଡ଼ା ବ୍ଲକ୍ ଅନ୍ତର୍ଗତ ସୁଡରୁଗୁମ୍ପା ଗ୍ରାମପଞ୍ଚାୟତର ଦଡ଼ମାସ୍କା ଗ୍ରାମରେ ।ସୂଚନା ମୁତାବକ ଗ୍ରାମର ବିଜୟ କହରଙ୍କ ପତ୍ନୀ ସସ୍ମିତାଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଘର ଲୋକେ ଫୋନ କରିଥିଲେ।ହେଲେ ଆମ୍ବୁଲାନ୍ସ ଆସିଲା, କିନ୍ତୁ ଗ୍ରାମକୁ ଯାଇ ନପାରିବାରୁ ସସ୍ମିତାକୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିବା ବେଳେ ବାଟରେ ସସ୍ମିତାଙ୍କ ପ୍ରସବ ହୋଇଥିଲା। ତେବେ ଆଶା ଦିଦି ସମସ୍ତ ସେବା ଯୋଗାଇଦେବା ସହ ଆମ୍ବୁଲାନ୍ସରେ ଫୁଲବାଣୀ ଡାକ୍ତରଖାନାକୁ ଆଣିଥିବା ଜଣାପଡିଛି । ମା ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

 

 

Related posts

୩୦ ଜିଲ୍ଲାରୁ ଆଉ ୧୯୭୭ କରୋନା ପଜିଟିଭ

mahabharatanews

ଘରୁ ବାହାରିବା ମାନେ ସମସ୍ତେ ମାସ୍କ ପିନ୍ଧିବେ ବାଧ୍ୟତାମୂଳକ: ଜିଲ୍ଲାପାଳ

mahabharatanews

ଅସହ୍ୟ ତାତି : ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ 

mahabharatanews